ଓଡିଶା

odisha

ଜଳପରୀ ସାଜିଲେ କ୍ୟାଟ, ଭାଇରାଲ ଭିଡିଓ

By

Published : Jun 9, 2020, 8:57 PM IST

ସୋସିଆଲ ମିଡିଆରେ ପୁଣି ଛାଇଲା କ୍ୟାଟଙ୍କ ଯାଦୁ । ଏଥର ସେ ସମୁଦ୍ର ଭିତରେ ଏନଜୟ କରୁଥିବାର ଆସିଲେ ନଜର ।

Breaking News

ମୁମ୍ବାଇ: ଫିଲ୍ମ ସହ ନିଜ ସୋସିଆଲ ମିଡିଆ ପୋଷ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ସେକ୍ସୀ କ୍ୟାଟ୍ରିନା କୈଫ । ସେ ଲକଡାଉନର ପାଇଁ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ହୋଇଯାଇଛନ୍ତି । କେବେ ଘର କାମ କରୁଥିବାର ନଜର ଆସୁଛନ୍ତି ତ କେବେ ୱାର୍କଆଉଟ ଭିଡିଓ ସେୟାର କରି ଚର୍ଚ୍ଚାରେ । ଏଥର ସେ ନିଜର ଏକ ଖାସ୍ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ପୁଣିଥର ଦିୱାନା କରିଦେଇଛନ୍ତି । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସେ ଇନଷ୍ଟାଗ୍ରାମରେ ଯେଉଁ ଭିଡିଓ ସେୟାର କରିଛନ୍ତି । ସେଥିରେ ସେ ସମୁଦ୍ରରେ ଜଳପରୀ ଭଳି ପହଁରୁଥିବାର ନଜର ଆସୁଛନ୍ତି । ଏହାସହ ସେ ମଜାଦାର କ୍ୟାପସନ ମଧ୍ୟ ଦେଇ ଲେଖିଛନ୍ତି, ‘ମୋ ଶାନଦାର ବନ୍ଧୁ ସହ ସମୁଦ୍ରରେ ସୁନ୍ଦର ଦିନ ।’ ଦେଖନ୍ତୁ ଭିଡିଓ....

ପୂର୍ବରୁ ମଧ୍ୟ ନିଜର ଅନେକ ଭିଡିଓ, ବୋଲ୍ଡ ଫଟୋ ସେୟାର କରି କ୍ୟାଟ ଚର୍ଚ୍ଚାରେ ଆସିସାରିଛନ୍ତି । ତାଙ୍କ ଫଟୋ, ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ମାତ୍ରେ ସଙ୍ଗେ ସଙ୍ଗେ ଭାଇରାଲ ହୋଇଥାଏ ।

ABOUT THE AUTHOR

...view details