ମୁମ୍ବାଇ: ମଲ୍ଟି ଷ୍ଟାରର ଫିଲ୍ମ ‘ହାଉସଫୁଲ 4’ର ରିଲିଜ ପାଇଁ ପ୍ରସ୍ତୁତ ହୋଇସାରିଥିବା ଅକ୍କି ଅକ୍ଷୟ କୁମାର ନିଜର ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ସୁଟିଂ ପାଇଁ ହାଇଦ୍ରାବାଦରେ ଅଛନ୍ତି । ଯାହାର ଏକ ଫଟୋ ଫିଲ୍ମ ସେଟରୁ ସାମ୍ନାକୁ ଆସିଥିଲା । ଇତିମଧ୍ୟରେ ଆଉ ଏକ ଫଟୋଟିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫ ।
ଅକ୍ଷୟ ନିଜର ବହୁ ପ୍ରତିକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ର କ୍ଲାଇମେକ୍ସ ସୁଟ କରିବା ଆରମ୍ଭ କରିଦେଇଛନ୍ତି । ଏବର୍ଷ ରିଲିଜ ହୋଇଥିବା ‘ସିମ୍ବା’ ପରେ ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଆକ୍ସନର ଓଭରଡୋଜ ‘ସୂର୍ଯ୍ୟବଂଶୀ’ରେ ନେଇ ଫେରିବେ । ଫିଲ୍ମର କ୍ଲାଇମାକ୍ସରେ ଅକ୍ଷୟଙ୍କ ସହ ରଣବୀର କପୁର ଓ ସିଂଘମ ଅଜୟ ଦେବଗନ ମଧ୍ୟ ନଜର ଆସିବେ । ଫିଲ୍ମରେ ଅକ୍ଷୟଙ୍କ ଭୂମିକା ଏବଂ ନାମର ଘୋଷଣା ଏଯାବତ ହୋଇନଥିଲା । କିନ୍ତୁ ଏବେ ଏହାର ଖୁଲାସା କରିଛନ୍ତି ତାଙ୍କ କୋ-ଷ୍ଟାର କ୍ୟାଟ୍ରିନା ।