ଓଡିଶା

odisha

ETV Bharat / sitara

ପିସିଙ୍କ ଗ୍ରାମୀ ଡ୍ରେସ ଉପରେ କ୍ୟାଟଙ୍କ ପ୍ରତିକ୍ରିୟା - ପ୍ରିୟଙ୍କା ଚୋପ୍ରାଙ୍କ ଗ୍ରାମୀ ଆୱାର୍ଡ ଡ୍ରେସ ଚର୍ଚ୍ଚା

ନିକଟରେ ନିଜ ଆଉଟଫିଟକୁ ନେଇ ହଟହଟା ହୋଇଥିବା ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସମର୍ଥନରେ ଏବେ ସାମ୍ନାକୁ ଆସିଛନ୍ତି କ୍ୟାଟ୍ରିନା କୈଫ। ତାଙ୍କ ପୂର୍ବରୁ ହିନା ଖାନ ଓ ଦିଶା ପଟାନୀ ମଧ୍ୟ ପିସିଙ୍କ ସମର୍ଥନ କରିସାରିଛନ୍ତି।

katrina kaif
ଡିଜାଇନ ଫଟୋ

By

Published : Feb 21, 2020, 7:21 PM IST

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା କିଛି ଦିନ ପୂର୍ବରୁ ଗ୍ରାମୀ ଆୱାର୍ଡ ଡ୍ରେସ ପାଇଁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ ହୋଇଥିଲେ। ଅନେକ ତାଙ୍କର ସମାଲୋଚନା କରିଥିବା ବେଳେ ଆଉ କିଛି ତାଙ୍କୁ ସମର୍ଥନ କରିଥିଲେ। ନିକଟରେ ତାଙ୍କ ମା' ମଧୁ ସପୋର୍ଟ କରି କହିଥିଲେ ପ୍ରିୟଙ୍କା ସୁନ୍ଦର ଶରୀରର ଅଧିକାରିଣୀ । ସେ ଯାହା ବି ପିନ୍ଧନ୍ତି ସୁନ୍ଦର ଲାଗନ୍ତି । ମଧୁଙ୍କ ପରେ ଏବେ ବି-ଟାଉନର ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମଧ୍ୟ ପିସିଙ୍କ ଗ୍ରାମୀ ଡ୍ରେସ ଉପରେ ନିଜ ପ୍ରତିକ୍ରିୟା ଦେଇଛନ୍ତି।

ତାଙ୍କ ଅନୁଯାୟୀ ପ୍ରିୟଙ୍କା ଯେଉଁ ଡ୍ରେସ ପିନ୍ଧିଥିଲେ ତାହା ଖୁବ୍ ପ୍ଲିଜିଂ ଥିଲା । ଏକ ସାକ୍ଷାତକାରରେ କ୍ୟାଟ୍ରିନା କଥାବାର୍ତ୍ତା କରି କହିଥିଲେ ତାଙ୍କୁ ଜଣାନାହିଁ ପ୍ରିୟଙ୍କାଙ୍କ ଡ୍ରେସକୁ ନେଇ କଣ ସବୁ କଥା କୁହାଯାଇଛି ଆଉ ଲୋକ କିପରି ପ୍ରତିକ୍ରିୟା ଦେଇଛନ୍ତି । ସେ କେବଳ ଏତିକି ଜାଣିଛନ୍ତି ସେ ତାଙ୍କ ଆଉଟଫିଟ ଦେଖିଛନ୍ତି। ଯାହା ତାଙ୍କୁ ଖୁବ୍ ପସନ୍ଦ ଆସିଲା । ପ୍ରିୟଙ୍କା ସେହି ଡ୍ରେସରେ ଖୁବ୍ ସୁନ୍ଦର ନଜର ଆସୁଥିଲେ ।

ହୁଏତଃ ଲୋକ ତାଙ୍କ ଡ୍ରେସକୁ ଠିକ୍ ରୂପେ ଦେଖିନାହାଁନ୍ତି । ଯଦି ଦେଖିଥାଆନ୍ତେ ତେବେ ଏପରି କଥା ଆଦୌ କହିନଥାଆନ୍ତେ ବୋଲି କହିଥିଲେ କ୍ୟାଟ। ତାଙ୍କ ପୂର୍ବରୁ ହିନା ଖାନ ଓ ଦିଶା ପଟାନୀ ମଧ୍ୟ ପିସିଙ୍କ ସପୋର୍ଟ କରିସାରିଛନ୍ତି। ଫେମସ ଡିଜାଇନର ୱେଣ୍ଡଲ ରଡ୍ରିକ୍ସ ଗ୍ରାମୀ ପ୍ରିୟଙ୍କାଙ୍କ ଆଉଟଫିଟର ପ୍ରଥମେ ସମାଲୋଚନା କରିଥିଲେ। ସେ କହିଥିଲେ ଅଭିନେତ୍ରୀ ନିଜ ବୟସ ଅନୁଯାୟୀ ଡ୍ରେସ ପିନ୍ଧିବା କଥା। ପ୍ରକାଶ ଥାଉକି ଏହି ବିବାଦର କିଛି ଦିନ ପରେ ୱେଣ୍ଡଲଙ୍କ ଦେହାନ୍ତ ହୋଇଥିଲା ।

ABOUT THE AUTHOR

...view details