ମୁମ୍ବାଇ: ନୂଆବର୍ଷ ପାଳିବା ପରେ କାମକୁ ଫେରିଛନ୍ତି ବଲିଉଡ଼ ଅଭିନେତା ବିକି କୌଶଲ । ବିକିଙ୍କୁ ବିଦାୟ ଦେବା ପାଇଁ ଏୟାରପୋର୍ଟରେ ବିକିଙ୍କ ସହ ପହଞ୍ଚିଛନ୍ତି ପତ୍ନୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫ । ସେ ବିକିଙ୍କୁ ଏୟାରପୋର୍ଟରେ ଛାଡ଼ିବା ପରେ ହଗ୍ କରି ଦେଇଛନ୍ତି ବିଦାୟ । ନବବିବାହିତ ଯୋଡ଼ିଙ୍କ ଏହି ବିଦାୟକାଳୀନ ମୁହୂର୍ତ୍ତର ଭିଡି଼ଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।
ବିକି ନିଜର ଆଗାମୀ ଫିଲ୍ମର ସୁଟିଂ ପାଇଁ ମଧ୍ୟପ୍ରଦେଶ ଗସ୍ତ କରିଛନ୍ତି । ଶନିବାର ରାତିରେ ବିକିଙ୍କୁ ବିଦାୟ ଦେବା ପାଇଁ ଏୟାରପୋର୍ଟରେ ପହଞ୍ଚିଥିଲେ କ୍ୟାଟ୍ । କ୍ୟାଟ୍ ଏକ କମଳା ରଙ୍ଗର ଆଉଟଫିଟ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ସେପଟେ ବିକି ଏକ ବ୍ରାଉନ ରଙ୍ଗର ସ୍ବେଟସାର୍ଟ ସହିତ ଡେନିମ ଜିନ୍ସ ପିନ୍ଧିଥିଲେ । ବିକି କାର୍ରୁ ବାହାରକୁ ବାହାରିବା ପୂର୍ବରୁ କ୍ୟାଟ୍ ବିକିଙ୍କୁ ହଗ୍ କରିଥିଲେ । ଏହାପରେ ଏୟାରପୋର୍ଟ ଭିତରକୁ ପ୍ରବେଶ କରିଥିଲେ ଏହି ଉରି ଆକ୍ଟର ।
ଗୋପନୀୟ ଉତ୍ସବର ଆୟୋଜନ କରି ରାଜସ୍ଥାନର ସିକ୍ସ ସେନ୍ସେସ ହୋଟେଲରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏହି କପଲ୍ । ସେମାନଙ୍କ ବିବାହ ଉତ୍ସବରେ ଖୁବ ଅତିଥି ସାମିଲ ହୋଇଥିଲେ । ବିବାହ ପରେ ମାଳଦ୍ବୀପରେ ହନିମୁନ୍ ମନାଇଥିଲେ ବିକି ଓ କ୍ୟାଟ୍ । ତେବେ ଗତ କିଛି ଦିନ ତଳେ ଏହି ଯୋଡ଼ି ମୁମ୍ବାଇର ଜୁହୁ ନିକଟରେ ନିଜ ନୂଆ ଘରର ପୂଜାର୍ଚ୍ଚନା କରିଥିଲେ । ଏହାପରେ ସେମାନେ ଏଠାକୁ ସ୍ଥାନାନ୍ତରିତ ହୋଇଥିଲେ ।