ଓଡିଶା

odisha

ETV Bharat / sitara

ନାଲି ସୁଟ ପିନ୍ଧି ସ୍ବାମୀଙ୍କ ସହ ଲୋହରୀ ପାଳିଲେ କ୍ୟାଟ୍ - ବିକିଙ୍କ ସହ ଲୋହରୀ ପାଳିଲେ କ୍ୟାଟ୍

କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ କରୋନା କାଳରେ ଲୋହରୀ ପର୍ବକୁ ଏକାଠି ପାଳିଛନ୍ତି । କ୍ୟାଟ୍ରିନା କୈଫ ସୋସିଆଲ ମିଡିଆରେ ସ୍ବାମୀ ବିକି କୌଶଲଙ୍କ ସହ କିଛି ଫଟୋ ସେୟାର କରିଛନ୍ତି। ଅଧିକ ପଢନ୍ତୁ

ନାଲି ସୁଟ ପିନ୍ଧି ସ୍ବାମୀ ବିକିଙ୍କ ସହ ଲୋହରୀ ପାଳିଲେ କ୍ୟାଟ୍
ନାଲି ସୁଟ ପିନ୍ଧି ସ୍ବାମୀ ବିକିଙ୍କ ସହ ଲୋହରୀ ପାଳିଲେ କ୍ୟାଟ୍

By

Published : Jan 14, 2022, 3:34 PM IST

ହାଇଦ୍ରାବାଦ: କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ କୋରୋନା କାଳରେ ଲୋହରୀ ପର୍ବକୁ ଏକାଠି ପାଳିଛନ୍ତି । କ୍ୟାଟ୍ରିନା କୈଫ ସୋସିଆଲ ମିଡିଆରେ ସ୍ବାମୀ ବିକି କୌଶଲଙ୍କ ସହ ଲୋହରୀ ଉତ୍ସବର ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ନବବିବାହିତ ଦମ୍ପତି ବହୁତ ସୁନ୍ଦର ଦେଖାଯାଉଛନ୍ତି । ଶାଶୁ ଘରେ କ୍ୟାଟ୍ରିନାଙ୍କ ଏହା ହେଉଛି ପ୍ରଥମ ଲୋହରୀ । ଏହି ଦମ୍ପତି ଇନ୍ଦୋରରେ ସେମାନଙ୍କର ପ୍ରଥମ ଲୋହରୀ ପାଳିଛନ୍ତି ।

ଭିକି କୌଶଲ ତାଙ୍କର ଆଗାମୀ ଚଳଚ୍ଚିତ୍ରର ସୁଟିଂ ପାଇଁ ଇନ୍ଦୋରରେ ଅଛନ୍ତି, ଯେଉଁଠାରେ ସେ ତାଙ୍କ ପତ୍ନୀ କ୍ୟାଟ୍ରିନାଙ୍କୁ ଡାକି ଲୋହରୀ ଉତ୍ସବ ଏକାଠି ପାଳିଛନ୍ତି । ଏହି ଦମ୍ପତି ଲୋହରୀ ଉତ୍ସବର କିଛି ଝଲକ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଫଟୋରେ କ୍ୟାଟ୍ରିନା ଲାଲ୍ ସୁଟ୍ ପିନ୍ଧି ପ୍ରଶଂସକଙ୍କ ହୋସ ଉଡାଇଛନ୍ତି। ଏହା ସହିତ ନବଦମ୍ପତି ପ୍ରଶଂସକଙ୍କୁ ହାପି ଲୋହରୀର ଶୁଭେଚ୍ଛା ଜଣାଇଛନ୍ତି। ଲୋହରୀ ଅବସରରେ କ୍ୟାଟ୍ରିନା ଏକ ପାରମ୍ପାରିକ ଲୁକ୍‌ ଏବଂ ଭିକି କୌଶଲ କାଜୁଆଲ୍ ଲୁକ୍‌ରେ ନଜର ଆସିଛନ୍ତି। ଉଭୟ ପରସ୍ପରକୁ ଆଲିଙ୍ଗନ କରିଛନ୍ତି। ଦୁହେଁ ବହୁତ ଖୁସି ଦେଖାଯାଉଛନ୍ତି ।

ଉଲ୍ଲେଖନୀୟ ଯେ, ରାଜସ୍ଥାନର ସବାଇ ମାଧେପୁରରେ ଡିସେମ୍ବର 9 ରେ କ୍ୟାଟ୍ରିନା ଏବଂ ଭିକି ଏକ ରାଜକୀୟ ବିବାହ କରିଥିଲେ। ସେମାନଙ୍କ ବିବାହକୁ ଏକ ମାସ ପୂରଣ ହୋଇଛି, ଯେଉଁଥିପାଇଁ କ୍ୟାଟ୍ରିନା ତାଙ୍କ ସ୍ବାମୀଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details