ଓଡିଶା

odisha

ETV Bharat / sitara

ରିଲେସନସିପରେ ଅଛନ୍ତି ବିକ୍କି-କ୍ୟାଟ୍ରିନା ! - katrina-and-vicky-are-dating

ଅଭିନେତା ବିକ୍କି କୌଶଲ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ରିଲେସନସିପକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଛି । କିନ୍ତୁ ଦୁହେଁ ଏବିଷୟରେ ସର୍ବସାଧାରଣଙ୍କ ଆଗରେ ସ୍ବୀକାର କରିନାହାଁନ୍ତି । ବର୍ତ୍ତମାନ ଅନିଲ କପୁରଙ୍କ ପୁଅ ହର୍ଷବର୍ଦ୍ଧନ କପୁର ଏହି ଖବରକୁ ନିଶ୍ଚିତ କରିଛନ୍ତି । ଅଧିକ ପଢନ୍ତୁ...

katrina-kaif-and-vicky-kaushal-are-dating-confirms-harshvardhan-kapoor
ରିଲେସନସିପରେ ଅଛନ୍ତି ବିକ୍କି-କ୍ୟାଟ୍ରିନା !

By

Published : Jun 9, 2021, 4:52 PM IST

ନୂଆଦିଲ୍ଲୀ: ଅଭିନେତା ବିକ୍କି କୌଶଲ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ରିଲେସନସିପକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଛି । କିନ୍ତୁ ଦୁହେଁ ଏବିଷୟରେ ସର୍ବସାଧାରଣଙ୍କ ଆଗରେ ସ୍ବୀକାର କରିନାହାଁନ୍ତି ।

ବର୍ତ୍ତମାନ ଅନିଲ କପୁରଙ୍କ ପୁଅ ହର୍ଷବର୍ଦ୍ଧନ କପୁର ଏହି ଖବରକୁ ନିଶ୍ଚିତ କରିଛନ୍ତି ।

ହର୍ଷବର୍ଦ୍ଧନ, ବିକ୍କି ଏବଂ କ୍ୟାଟ୍ରିନାଙ୍କ ସମ୍ପର୍କକୁ ନିଶ୍ଚିତ କରିଛନ୍ତି ।

ବାସ୍ତବରେ, ଏକ ସାକ୍ଷାତକାରରେ ହର୍ଷବର୍ଦ୍ଧନଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ସେ ଇଣ୍ଡଷ୍ଟ୍ରିରେ କାହାର ରିଲେସନସିପ୍ ଖବରକୁ ସତ ବୋଲି ଭାବନ୍ତି ?

ଏହାର ଉତ୍ତରରେ ହର୍ଷବର୍ଦ୍ଧନ କହିଛନ୍ତି, ବିକ୍କି ଏବଂ କ୍ୟାଟ୍ରିନାଙ୍କ ସମ୍ପର୍କ । ବିକ୍କି ଏବଂ କ୍ୟାଟ୍ରିନା ଭଉୟ ଏକାଠି ଅଛନ୍ତି ଏବଂ ଏହା ସତ୍ୟ । ଏବେ ମୁଁ ଏହା କହି ଅସୁବିଧାରେ ପଡ଼ିପାରେ ।

ପ୍ରକାଶ ଥାଉ ଯେ, ନିକଟରେ, ବିକ୍କି କ୍ୟାଟ୍ରିନାଙ୍କ ଘର ବାହାରେ ନଜର ଆସିଥିଲେ । ଏଥିସହିତ ଦୁହିଁଙ୍କୁ ଅନେକ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମଧ୍ୟ ମିଳିଥିଲା ।

ABOUT THE AUTHOR

...view details