ଓଡିଶା

odisha

କ୍ୟାଟଙ୍କ ବଦାନ୍ୟତା: ଦିନ ମଜୁରିଆଙ୍କୁ ବଢାଇଲେ ସହାୟତାର ହାତ

By

Published : Jun 10, 2020, 12:50 PM IST

ମଙ୍ଗଳବାର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ବଡ ଘୋଷଣା କଲେ କ୍ୟାଟ୍ରିନା । ଏବେ ସେ ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ ଥିବା ଦିନ ମଜୁରିଆଙ୍କୁ ସହଯୋଗର ହାତ ବଢାଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ୟାଟ୍ରିନା କୈଫ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ୟାଟ୍ରିନା କୈଫ

ମୁମ୍ବାଇ: ସେକ୍ସୀ କ୍ୟାଟ୍ରିନା କୈଫଙ୍କୁ ନେଇ ନୂଆ ଚର୍ଚ୍ଚା । ସେ ପୁଣି ମହାନ କାର୍ଯ୍ୟ କରି ସମସ୍ତଙ୍କୁ ଆକର୍ଷିତ କରିଛନ୍ତି । ଲକଡାଉନ ପାଇଁ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାର ଦିନ ମଜୁରିଆଙ୍କୁ ସହଯୋଗର ହାତ ବଢାଇଛନ୍ତି । ସେ ନିଜ ବ୍ରାଣ୍ଡ କାୟ ବ୍ୟୁଟି ଜରିଆରେ ଦୈନିକ ବେତନ ଭୋଗୀ କର୍ମଚାରୀଙ୍କୁ ସାହାଯ୍ୟ କରିଛନ୍ତି । ମଙ୍ଗଳବାର ଏହାର ଘୋଷଣା କରି କହିଥିଲେ ଯେ ପୁଣିଥରେ ଏହି ଦିନ ମଜୁରିଆଙ୍କୁ ସାହାଯ୍ୟ କରିବାକୁ ଯ।ଉଛନ୍ତି ।

ସେହିପରି ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଲେଖିଛନ୍ତି, ‘କାୟ ବ୍ୟୁଟି ଓ ଦେହାତ ଫାଉଣ୍ଡେଶନ #KareWithKayBeauty ସହ ମିଶି ଏହି କାର୍ଯ୍ୟ କରିବାକୁ ଯାଉଛି । ଆମେ ଏକାଠି ମିଶି ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାର ଆଖପାଖ ଅଞ୍ଚଳରେ ଥିବା ଗ୍ରାମବାସୀଙ୍କୁ ସହଯୋଗ କରିବୁ । ଯେଉଁଥିରେ ଭୋଜନ ଏବଂ ସାନେଟରି ସହ ସମ୍ପୃକ୍ତ ଥିବା ସାମଗ୍ରୀ ସାମିଲ ଅଛି ।’

ପ୍ରକାଶ ଥାଉକି କ୍ୟାଟଙ୍କ ପୂର୍ବରୁ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ମଧ୍ୟ କୋରୋନା ମହାମାରୀ ହେଲ୍ଥକେୟାର କର୍ମଚାରୀଙ୍କୁ 10 ହଜାର ଫୁଟୱୟାର ପ୍ରଦାନ କରିଥିଲେ ।

ABOUT THE AUTHOR

...view details