ମୁମ୍ବାଇ: ପିଏମ ନରେନ୍ଦ୍ର ମୋଦି 22 ତାରିଖରେ ଦେଶବାସୀଙ୍କୁ ଜନତା କର୍ଫ୍ୟୁ ପାଳନ କରିବାକୁ ଅପିଲ କରିଥିଲେ। ଯାହାକୁ ଗତ କାଲି ପୁରା ଦେଶ ପାଳନ କରିଥିଲା। କୋରୋନା ଭାଇରସ ଆତଙ୍କରୁ ସୁରକ୍ଷିତ ରହିବା ପାଇଁ ନିଜ ନିଜ ଘରେ ରହିଥିଲେ ଜନସାଧାରଣ। ସେହିପରି ବଲିଉଡ ସେଲିବ୍ରିଟି ମଧ୍ୟ ନିଜ ନିଜ ଘରେ ରହି ପିଏମ ମୋଦିଙ୍କ ଏହି ଅଭିଯାନର ସମର୍ଥନ କରିଥିଲେ। ଇତିମଧ୍ୟରେ କିଛି କଳକାରା ନିଜ ବନ୍ଧୁତାରେ କୌଣସି ଦୂରତା ଆଣିନଥିଲେ।
ଏମିତି କିଛି ଦେଖିବାକୁ ମିଳିଛି ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସୋସିଆଲ ମିଡିଆ ପୋଷ୍ଟରେ । ରବିବାର ସେ ଇନଷ୍ଟାଗ୍ରାମରେ ଭିଡିଓ କଲର ଏକ ସ୍କ୍ରନସଟ ସେୟାର କରିଥିଲେ। ଯେଉଁଥିରେ ସେ ଜନତା କର୍ଫ୍ୟୁ ସମୟରେ ଘରେ ବସି ଅଭିନେତା ଅର୍ଜୁନ କପୁର ଓ ବରୁଣ ଧୱନଙ୍କ ସହ ଭିଡିଓ କଲରେ କଥାବାର୍ତ୍ତା କରୁଥିବାର ନଜର ଆସୁଛନ୍ତି।