ଓଡିଶା

odisha

ETV Bharat / sitara

ଏକାଠି ହୋଇଗଲେ କି ସଲମାନ-କ୍ୟାଟ୍ରିନା ?

ସଲମାନ ଖାନଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ 'ଭାରତ'ରୁ ଚାଲିଛି ଦୀର୍ଘ ଦିନରୁ ଚର୍ଚ୍ଚା । ଫିଲ୍ମ ସେଟରୁ ସର୍ବଦା କିଛିନାକିଛି ଫଟୋ ଭାଇରାଲ ହେଉଥିବାବେଳେ ଏବେ କିନ୍ତୁ ସରିଛି ଫିଲ୍ମର ସୁଟିଂ । ଆଉ ଏହି ବିଷୟରେ ଜଣେ ସ୍ପେଶାଲ ମଣିଷଙ୍କ ସହ ଫଟୋ ପୋଷ୍ଟ କରି କହିଛନ୍ତି କ୍ୟାଟ୍ରିନା କୈଫ...

By

Published : Mar 5, 2019, 11:35 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ


ମୁମ୍ବାଇ: ସଲମାନ ଖାନଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ 'ଭାରତ'ରୁ ଚାଲିଛି ଦୀର୍ଘ ଦିନରୁ ଚର୍ଚ୍ଚା । ଫିଲ୍ମ ସେଟରୁ ସର୍ବଦା କିଛିନାକିଛି ଫଟୋ ଭାଇରାଲ ହେଉଥିବାବେଳେ ଏବେ କିନ୍ତୁ ସରିଛି ଫିଲ୍ମର ସୁଟିଂ । ଆଉ ଏହି ବିଷୟରେ ଜଣେ ସ୍ପେଶାଲ ମଣିଷଙ୍କ ସହ ଫଟୋ ପୋଷ୍ଟ କରି କହିଛନ୍ତି କ୍ୟାଟ୍ରିନା କୈଫ...

କ୍ୟାଟ୍ରିନା, ସଲମାନଙ୍କ ସହ ଗୋଟିଏ ଜବରଦସ୍ତ ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ ଉଭୟ ହସୁଥିବାର ନଜର ଆସିବା ସହ ଏହାର ଶୀର୍ଷକରେ ଲେଖିଛନ୍ତି, ଏବଂ ଫିଲ୍ମ ଭାରତର ସୁଟିଂ ସରିବା ଫଟୋ । ଏହି ଭୂମିକା ମୋ ପାଇଁ ସବୁଠୁ ରୋମାଞ୍ଚକ ଓ ଅବିଶ୍ବସନୀୟ ରହିଛି । ଫିଲ୍ମଟି ପ୍ରସ୍ତୁତ କରିବାର ପୁରା ପ୍ରକ୍ରିୟା ଖୁବ ପ୍ରେରଣାଦାୟୀ । ଧନ୍ୟବାଦ ଅଲୀ ଆବ୍ବାସ ଜାଫର, ସଲମାନ ଖାନ ଓ ଅତୁଲ ଅଗ୍ନିହୋତ୍ରୀ..ଶ୍ରେଷ୍ଠ ପୁରୁଷ ଏବଂ ଅଲବୀରା ଖାନ( ଶ୍ରେଷ୍ଠ ମହିଳା) ।

ଫଟୋଟି ସୋସିଆଲ ମିଡିଆରେ ପୋଷ୍ଟ ହେବା କ୍ଷଣି ଜବରଦସ୍ତ ଭାଇରାଲ ହୋଇଛି । ଦୀର୍ଘଦିନପରେ ସଲମାନ ଓ କ୍ୟାଟଙ୍କୁ ଏକାଠି ଦେଖି ଖାଲି ପ୍ରଶଂସକ ନୁହେଁ ବରଂ ସେଲିବ୍ରିଟୀମାନେ ମଧ୍ୟ ବେଶ ଖୁସ । ନିର୍ଦ୍ଦେଶିକା ଜୋୟା ଅଖତର ମଧ୍ୟ ଏହି ଫଟୋରେ କମେଣ୍ଟ ଦେଇ କହିଛନ୍ତି, 'କି ସୁନ୍ଦର ଫଟୋ।'

ଫିଲ୍ମ କଥା କହିବାକୁ ଗଲେ, ଏହା ଅତୁଲ ଅଗ୍ନିହୋତ୍ରୀ, ଅଲବୀରା ଖାନ ଅଗ୍ନିହୋତ୍ରୀ, ଭୂଷଣ କୁମାର, କ୍ରିଷ୍ଣା କୁମାର, ନିଖିଲ ନମିତ ଓ ସଲମାନ ଖାନଙ୍କ ଦ୍ବାରା ପ୍ରଯୋଜିତ । ଫିଲ୍ମର ଟ୍ୟାଗଲାଇନ ହେଉଛି, ଗୋଟିଏ ମଣିଷ ଓ ଦେଶର ଯାତ୍ରା । ଫିଲ୍ମରେ ସଲମାନ, କ୍ୟାଟ୍ରିନାଙ୍କ ଛଡା ଦିଶା ପଟାନୀ, ସୁନିଲ ଗ୍ରୋଭର, ଜ୍ୟାକି ଶ୍ରଫ ଓ ତବୁ ମଧ୍ୟ ନଜର ଆସୁଛନ୍ତି ।

For All Latest Updates

ABOUT THE AUTHOR

...view details