ଓଡିଶା

odisha

ETV Bharat / sitara

ଛାଡପତ୍ର ଦେଇନାହାନ୍ତି ଧନୁଷ-ଐଶ୍ବର୍ଯ୍ୟା ! - ଛାଡପତ୍ରକୁ ନେଇ ମୁହଁ ଖୋଲିଲେ ଧନୁଷଙ୍କ ପିତା

ଛାଡପତ୍ର ଦେଉନାହାନ୍ତି ଧନୁଷ-ଐଶ୍ବର୍ଯ୍ୟା ! ଶେଷରେ ମୁହଁ ଖୋଲିଲେ ଧନୁଷଙ୍କ ପିତା। ସମସ୍ତ ଗୁଜବକୁ ଖଣ୍ଡନ କରିଛନ୍ତି ଚଳଚ୍ଚିତ୍ର ନିର୍ମାତା କସ୍ତୁରୀ ରାଜା । ଅଧିକ ପଢନ୍ତୁ

ଛାଡପତ୍ର ଦେଉନାହାଁନ୍ତି ଧନୁଷ-ଐଶ୍ବର୍ଯ୍ୟା !
ଛାଡପତ୍ର ଦେଉନାହାଁନ୍ତି ଧନୁଷ-ଐଶ୍ବର୍ଯ୍ୟା !

By

Published : Jan 21, 2022, 7:15 AM IST

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ଧନୁଷ ଏବଂ ତାଙ୍କ ପତ୍ନୀ ଐଶ୍ବର୍ଯ୍ୟା ବିବାହର 18 ବର୍ଷ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଉଭୟଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଜାରି ରହିଛି । କିଛି ଲୋକଙ୍କ କହିବାନୁସାରେ ଧନୁଷଙ୍କ ଆଫେୟାର ଯୋଗୁଁ ଐଶ୍ବର୍ଯ୍ୟା ତାଙ୍କଠାରୁ ଅଲଗା ହେବାକୁ ଚାହୁଁଛନ୍ତି । ଆଉ କିଛି ଲୋକ କହୁଛନ୍ତି, ଐଶ୍ବର୍ଯ୍ୟାଙ୍କ ସହ ହେଉଥିବା ଧନୁଷଙ୍କ ଝଗଡା ବି ଗୋଟେ କାରଣ ହୋଇପାରେ । ତେବେ ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏହି ସମୟରେ ଧନୁଷଙ୍କ ପିତା ତଥା ଚଳଚ୍ଚିତ୍ର ନିର୍ମାତା କସ୍ତୁରୀ ରାଜା ମୁହଁ ଖୋଲିଛନ୍ତି ।

ଧନୁଷଙ୍କ ପିତା କହିିଲେ ପ୍ରକୃତ କାରଣ

ଧନୁଷଙ୍କ ପିତା ସେମାନଙ୍କ ଅଲଗା ହେବାର କାରଣକୁ ପାରିବାରିକ କଳହ ବୋଲି କହିଛନ୍ତି। ସେ ସମସ୍ତ ଗୁଜବକୁ ଖଣ୍ଡନ କରି ଏକ ସାକ୍ଷାତକାରରେ କହିଛନ୍ତି ଯେ ଧନୁଷ ଏବଂ ଐଶ୍ବର୍ଯ୍ୟା ଛାଡପତ୍ର ଦେଉନାହାନ୍ତି । କସ୍ତୁରୀ ରାଜା ଆହୁରି କହିଛନ୍ତି ଯେ, ଧନୁଷ ଏବଂ ଐଶ୍ବର୍ଯ୍ୟାଙ୍କ ଅଲଗା ହେବାର କାରଣ କେବଳ ମତଭେଦ । ଯେପରି ପ୍ରତ୍ୟେକ ବିବାହିତ ଦମ୍ପତିଙ୍କ ମଧ୍ୟରେ ଝଗଡା ହୁଏ, ସେହିପରି ଏହା ଏକ ପାରିବାରିକ କଳହ । ଏହାର ଅର୍ଥ ନୁହେଁ ଯେ ଦୁହେଁ ଛାଡପତ୍ର ଦେଉଛନ୍ତି।

କେଉଁଠି ଅଛନ୍ତି ଧନୁଷ ଏବଂ ଐଶ୍ବର୍ଯ୍ୟା ?

କସ୍ତୁରୀ ରାଜା କହିଛନ୍ତି, ବର୍ତ୍ତମାନ ଉଭୟ ଧନୁଷ ଏବଂ ଐଶ୍ବର୍ଯ୍ୟା ଚେନ୍ନାଇରେ ନାହାଁନ୍ତି। ମୁଁ ଦୁହିଁଙ୍କ ସହ କଥା ହୋଇଥିଲି, ସେ ଦୁହେଁ ହାଇଦ୍ରାବାଦରେ ଅଛନ୍ତି ।

2004 ରେ ବିବାହ କରିଥିଲେ

ଧନୁଷ 2004ରେ ରଜନୀକାନ୍ତଙ୍କ ଝିଅ ଐଶ୍ବର୍ଯ୍ୟାଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇଟି ପୁଅ ଅଛନ୍ତି । ଉଭୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମିଳିତ ବିବୃତ୍ତି ଦେଇ ସେମାନଙ୍କ ଅଲଗା ହେବା ବିଷୟରେ ସୂଚନା ଦେଇଥିଲେ। ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ଧନୁଷ ଲେଖିଥିଲେ, ୧୮ ବର୍ଷ ଧରି ପରସ୍ପର ପରସ୍ପରର ବନ୍ଧୁ, ଦମ୍ପତି ଏବଂ ଶୁଭେଚ୍ଛୁ ଭାବେ ରହିଥିଲୁ । ଜୀବନ ଯାତ୍ରାରେ ବୁଝାମଣା ରଖିବା ସହିତ ପରସ୍ପର ସହ ଖାପ ଖୁଆଇ ଚଳିଥିଲୁ ଏବଂ ଆଗକୁ ବଢ଼ିଥିଲୁ। କିନ୍ତୁ ଆମେ ଏବେ ଏଭଳି ଏକ ସ୍ଥାନରେ ଛିଡ଼ା ହୋଇଛୁ ଯେଉଁଠି ଆମର ରାସ୍ତା ଏବେ ଭିନ୍ନ । ଐଶ୍ବର୍ଯ୍ୟା ଏବଂ ମୁଁ ଦମ୍ପତି ଭାବେ ଅଲଗା ରହିବାକୁ ନିଷ୍ପତ୍ତି ନେଇଛୁ । ‌

ପ୍ରଶଂସକମାନେ ଆମର ଏହି ନିଷ୍ପତ୍ତିକୁ ସମ୍ମାନ ଦେବେ ବୋଲି ଆଶା କରୁଛୁ । ଏଥିସହ ବିବାହ ବିଚ୍ଛେଦକୁ ସାମ୍ନା କରିବା ପାଇଁ ସେମାନେ ଆବଶ୍ୟକ କରୁଥିବା ବ୍ୟକ୍ତିଗତ ଗୋପନୀୟତା ମଧ୍ୟ ପ୍ରଶଂସକମାନେ ସେମାନଙ୍କୁ ଦେବେ ବୋଲି ଧନୁଷ କହିଛନ୍ତି । ସେହିଭଳି ଐଶ୍ବର୍ଯ୍ୟା ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି କୌଣସି କ୍ୟାପସନର ଆବଶ୍ୟକତା ନାହିଁ । କେବଳ ଆପଣଙ୍କ ଭଲପାଇବା ଏବଂ ବୁଝିପାରିବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details