ମୁମ୍ବାଇ: କୋରୋନା ମୁକାବିଲା ପାଇଁ ଲକଡାଉନରେ ସାରା ଦେଶ । ଏହି ସମୟରେ ସବୁ ସେଲିବ୍ରିଟିମାନେ ଘରେ ରହି କିଛି ନା କିଛି କାମ କରି ସମୟ ବିତାଉଛନ୍ତି । ସେହିପରି ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟାନ ସୋସିଆଲ ମିଡିଆରେ ବହୁତ ସମୟ କାଟୁଛନ୍ତି । ସେ ସୋସିଆଲ ମିଡିଆରେ କିଛି ମଜାଳିଆ ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକମାନଙ୍କୁ ମନୋରଞ୍ଜନ କରୁଛନ୍ତି ।
ନିକଟରେ କାର୍ତ୍ତିକ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ କାର୍ତ୍ତିକ ରକଷ୍ଟାର ପରି ଗିଟାର ବଜାଉଥିବାର ଦେଖିବାକୁ ମିଳିଥିଲା ।
ଏହି ଭିଡିଓରେ କାର୍ତ୍ତିକ ପୁରା ଉପଭୋଗର ସହିତ ଗିତାର ବଜାଉଛନ୍ତି । କାର୍ତ୍ତିକ ଏମିତି ଗିଟାର ବଜାଇଥିଲେ ଯେ, ତାଙ୍କ ଆଙ୍ଗୁଠି କଟି ଯାଇଥିଲା । କିନ୍ତୁ ଏହାପରେ ଯାହା ଘଟିଥିଲା ତାହା ଅତ୍ୟନ୍ତ ମଜାଦାର ଥିଲା ।
ପ୍ରକୃତରେ କାର୍ତ୍ତିକ କୌଣସି ଗିଟାର ବଜାଉ ନଥିଲେ ବରଂ ସେ କେବଳ ଗିଟାର ବଜାଇବାର ଅଭିନୟ କରୁଥିଲେ । ଏହି ସମୟରେ ହଠାତ କାର୍ତ୍ତିକଙ୍କ ଏକ ଫୋନ କଲ ଆସେ ଏବଂ ଗିଟାର ମ୍ୟୁଜିକ ବଦଳରେ ଫୋନର ରିଙ୍ଗ ବାଜିଥାଏ ।