ମୁମ୍ବାଇ: ଦୀର୍ଘସମୟରୁ ସାରା ଅଲ୍ଲୀ ଖାନ ଓ କାର୍ତ୍ତିକ ଆର୍ୟନଙ୍କ ରିଲେସନ ଚର୍ଚ୍ଚାରେ । ଦୁଇଜଣ ଯେବେଠାରୁ ଲଭ ‘ଆଜକଲ2’ ର ସୁଟିଂ ଆରମ୍ଭ କରିଥିଲେ, ସେହି ସମୟଠାରୁ ଦୁଇଜଣଙ୍କ ରିଲେଶନ ଚର୍ଚ୍ଚା ଜୋର ଧରିଥିଲା । ଦର୍ଶକ ମଧ୍ୟ ଏହି ନୂଆ ଲଭବାର୍ଡକୁ ଖୁବ୍ ପସନ୍ଦ କରୁଛନ୍ତି। କିନ୍ତୁ ହଠାତ୍ ଗତ ମାସରେ ଦୁଇଜଣଙ୍କ ବ୍ରେକଅପ ଖବର ଶୁଣି ନିରାଶ ହୋଇଯାଇଥିଲେ ଫ୍ୟାନ୍ସ । ଦୁଇଜଣ କିନ୍ତୁ ନିଜ ବ୍ରେକଅପ କଥା ଉପରେ କୌଣସି ବୟାନ ଏଯାବତ ଦେଇନଥିଲେ । ଇତିମଧ୍ୟରେ ଏକ ପ୍ରେସ କନଫ୍ରେନ୍ସରେ କାର୍ତ୍ତିକ ନିଜ ବ୍ରେକଅପକୁ ନେଇ ବୟାନ ଦେଇଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାରେ।
ସାରାଙ୍କ ସହ ବ୍ରେକଅପ ଉପରେ ମୌନ ବ୍ରତ ଭାଙ୍ଗିଲେ କାର୍ତ୍ତିକ
ରଣବୀର କପୁର ଓ ଆଲିୟା ଭଟ୍ଟଙ୍କ ପରେ ବଲିଉଡର ଦ୍ବିତୀୟ ଲଭବାର୍ଡ ଭାବେ ଚର୍ଚ୍ଚିତ କାର୍ତ୍ତିକ ଆର୍ୟନ ଓ ସାରା ଅଲ୍ଲୀ ଖାନ । କିନ୍ତୁ କିଛି ଦିନ ହେବ ଦୁଇଜଣଙ୍କ ବ୍ରେକଅପ ଖବର ଜୋର ଧରିଛି। ଇତିମଧ୍ୟରେ ନିଜ ବ୍ରେକଅପ ଉପରେ ବୟାନ ଦେଇଛନ୍ତି କାର୍ତ୍ତିକ।
କାର୍ତ୍ତିକ ବ୍ରେକଅପ ପ୍ରଶ୍ନ ଉପରେ ଜବାବ ଦେଇ କହିଥିଲେ ଯେ ସେ ଦୁଇଟି ରୁଟି ଅନନ୍ୟା ପାଣ୍ଡେଙ୍କ ସହ କଣ ଖାଇଥିଲେ ଯେ ସେହି ବିଷୟରେ ସମସ୍ତେ ପ୍ରଶ୍ନ କରୁଛନ୍ତି । ସେ ନିକଟରେ ଅମିତାଭ ବଚ୍ଚନଙ୍କ ସହ ଏକ ବିଜ୍ଞାପନ ଫିଲ୍ମ କରିଥିଲେ ଆଉ ଇନଷ୍ଟାଗ୍ରାମରେ ସେୟାର ମଧ୍ୟ କରିଥିଲେ । ସେହି ସମୟରେ କିନ୍ତୁ କେହି ଜଣେ କିଛି ପଚାରିନଥିଲେ ।
ଆମେ ସମସ୍ତେ ଇଣ୍ଡଷ୍ଟ୍ରିରେ ଭିନ୍ନ ଭିନ୍ନ ସ୍ଥାନ ନିଜ ପାଇଁ ପ୍ରସ୍ତୁତ କରୁଛୁ । ଆଉ ପ୍ରାୟତଃ ସମସ୍ତେ ଭିନ୍ନ ଭିନ୍ନ ଫିଲ୍ମରେ ଅଭିନୟ ମଧ୍ୟ କରୁଛନ୍ତି। ଆମେ ପରିଶ୍ରମ ଉପରେ ବିଶ୍ବାସ କରୁଛୁ । ଏହି ପଏଣ୍ଟ ସବୁ ଆକ୍ଟର୍ସଙ୍କ ମଧ୍ୟରେ ସମାନ। ଯାହା ଆମକୁ ସମ୍ପୃକ୍ତ କରୁଛି । କିନ୍ତୁ ଆମ ଫିଲ୍ମ ଯାତ୍ରାରେ ବହୁତ ଅନ୍ତର ଅଛି । ଆମ ପରସ୍ପରକୁ ଭଲ କାମ କରିବା ପାଇଁ ପ୍ରେରଣା ଯୋଗାଉଛୁ ବୋଲି କହିଥିଲେ କାର୍ତ୍ତିକ। ଏହାସହ ସେ ରଣବୀର ସିଂଙ୍କ ଲୋକପ୍ରିୟତା ଦେଖି ଈର୍ଷା କରୁଛନ୍ତି ବୋଲି ମଧ୍ୟ କହିଥିଲେ।