ଓଡିଶା

odisha

ETV Bharat / sitara

ଝିଅ ସହ ବ୍ରେକଅପ, ମା' ସହ ଫ୍ଲଟିଂ

ପୂର୍ବରୁ ଲାଡଲୀ ସାରାଙ୍କ ସହ ଲବିଡବି ଆଉ ଏବେ ମା'ଙ୍କ ସହ ମସ୍ତି କରୁଛନ୍ତି କାର୍ତ୍ତିକ ଆର୍ୟନ । ସୋସିଆଲ ମିଡିଆରେ କରୀନା କପୁରଙ୍କୁ ଏମିତି କିଛି କହିଲେ କାର୍ତ୍ତିକ ।

kartik aryan
ଡିଜାଇନ ଫଟୋ

By

Published : Dec 20, 2019, 5:22 PM IST

ମୁମ୍ବାଇ: ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀଙ୍କ ଚର୍ଚ୍ଚିତ ଫିଲ୍ମ ‘ଆଜକଲ’ରେ ଦର୍ଶକ ବି-ଟାଉନର ଚର୍ଚ୍ଚିତ ଯୋଡି ସାରା ଅଲ୍ଲୀ ଖାନ ଓ କାର୍ତ୍ତିକ ଆର୍ୟନଙ୍କ ରୋମାନ୍ସ ଦେଖିବାକୁ ପାଇବେ । ନିକଟରେ ଫ୍ୟାନ୍ସଙ୍କୁ ବଡ ଝଟକା ମିଲିଥିଲା ଯେବେ ଏହି ଲଭବାର୍ଡଙ୍କ ବ୍ରେକଅପ ଖବର ନିଆଁ ପରି ବ୍ୟାପିଯାଇଥିଲା । ଦୁଇଜଣଙ୍କ ବ୍ରେକଅପ ପରେ ଶୁଣିବାକୁ ମିଳିଥିଲା ଯେ କାର୍ତ୍ତିକ ନିଜ କୋ-ଷ୍ଟାର ଅନନ୍ୟା ପାଣ୍ଡେଙ୍କୁ ଡେଟ କରିବା ଆରମ୍ଭ କରିଦେଇଥିଲେ । ଏହାବ୍ୟତୀତ କାର୍ତ୍ତିକ ବର୍ତ୍ତମାନ ସାରାଙ୍କ ମା' ତଥା ବେବୋ କରୀନା କପୁର ଖାନଙ୍କ ସହ ଫ୍ଲର୍ଟିଂ କରୁଥିବାର ନଜର ଆସୁଛନ୍ତି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କରୀନାଙ୍କ ଟକ ଶୋ ‘ହ୍ବାଟ୍ସ ୱୁମେନ ୱାଣ୍ଟ’ର ନୂଆ ଏପିସୋଡ ସାମ୍ନାକୁ ଆସିଛି । ଯେଉଁଥିରେ କାର୍ତ୍ତିକ ହୋଷ୍ଟ ସାଜିଥିବାର ଦେଖାଯାଉଛନ୍ତି । ଆଉ କରୀନା, କାର୍ତ୍ତିକଙ୍କୁ ପ୍ରଶ୍ନ କରୁଛନ୍ତି ଯେ ତାଙ୍କ ପାଇଁ କପଲ ଗୋଲ କେଉଁ ଯୋଡି ?

କାର୍ତ୍ତିକ ମଜାଦାର ଅନ୍ଦାଜରେ ପ୍ରଥମେ ସୈଫୀନା କହିଥିଲେ ଏହାପରେ ସେ କରୀନାଙ୍କୁ ପ୍ରଶ୍ନ କରି କହିଥିଲେ କି ସେ କାହିଁକି ବିବାହ କରିନେଲେ । ତାଙ୍କ ଏହି କ୍ୟୁଟ କଥା ଶୁଣି କରୀନା ଲାଜେଇ ଯାଇ ବଦମାସ କହିଥିଲେ । ଆପଣ ମଧ୍ୟ ଦେଖନ୍ତୁ ଭିଡିଓ...

ପ୍ରକାଶ ଥାଉକି କରୀନାଙ୍କ ଏହି ଶୋରେ କାର୍ତ୍ତିକ ଦ୍ବିତୀୟ ଅତିଥି । ତାଙ୍କ ପ୍ରଥମ ଅତିଥି ତାଙ୍କ ଶାଶୂ ତଥା ଅଭିନେତ୍ରୀ ଶର୍ମିଲା ଟାଗୋର ଥିଲେ ।

ABOUT THE AUTHOR

...view details