ମୁମ୍ବାଇ: ବି-ଟାଉନର କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନ ଗତବର୍ଷ ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଙ୍କ ସହ ଡେଟିଂ ପାଇଁ ଖୁବ୍ ଚର୍ଚ୍ଚାରେ ରହିଥିଲେ । ଦୁଇଜଣଙ୍କ ଫିଲ୍ମ ‘ଆଜକଲ’ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାରେ ଅଛି । ଫିଲ୍ମ ଦେଖିବାକୁ ଖୁବ୍ ଉତ୍ସାହିତ । ଇମତିଆଜ ଅଲ୍ଲୀଙ୍କ ନିର୍ମିତ ‘ଆଜକଲ’ ଏକ ରୋମାଣ୍ଟିକ ଡ୍ରାମା ଫିଲ୍ମ। ପ୍ରଥମଥର ସାରା ଓ କାର୍ତ୍ତିକଙ୍କ ରୋମାନ୍ସ ପରଦାରେ ଦେଖିବାକୁ ଯାଉଛନ୍ତି ଦର୍ଶକ । ହେଲେ କାର୍ତ୍ତିକଙ୍କ ଫ୍ୟାନ୍ସଙ୍କୁ ଜଣାନାହିଁ ଯେ ସେ ବଲିଉଡର କେଉଁ ଅଭିନେତ୍ରୀଙ୍କ ସହ କାମ କରିବାକୁ ନେଇ ଉତ୍ସାହିତ ।
ଆଜ୍ଞା ହଁ, କାର୍ତ୍ତିକ ବି-ଟାଉନର ପଦ୍ମବତୀ ଦୀପିକା ପାଦୁକୋନଙ୍କ ସହ ପରଦାରେ କାମ କରିବାକୁ ଚାହୁଁଛନ୍ତି । ନିକଟରେ ଦୀପିକାଙ୍କ ସହ ଏୟାରପୋର୍ଟରେ ତାଙ୍କ ଏକ ଡାନ୍ସ ଭିଡିଓ ଭାଇରାଲ ହୋଇଥିଲା । ଏବେ କାର୍ତ୍ତିକ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏମିତି କଥା କହିଛନ୍ତି ଯେ ଯାହାଦ୍ବାରା ସେ ପୁଣି ଚର୍ଚ୍ଚାରେ ଆସିଯାଇଛନ୍ତି ।