ମୁମ୍ବାଇ: ଲକଡାଉନ ପାଇଁ ସେଲିବ୍ରିଟି ସୋସିଆଲ ମିଡିଆରେ ଅଧିକ ସକ୍ରିୟ ହୋଇଯାଇଛନ୍ତି । ସେ ନିଜ ଫ୍ୟାନ୍ସଙ୍କ ପାଇଁ ଫଟୋ, ଭିଡିଓ ଏବଂ ସଚେତନା ବାର୍ତ୍ତା ବାଣ୍ଟିବାରେ ଲାଗିଛନ୍ତି । ଏହି ସମୟରେ ବି-ଟାଉନର କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଖୁବ୍ ଚର୍ଚ୍ଚାରେ। ସେ ପ୍ରାୟତଃ ମଜାଦାର ଭିଡିଓ ଫ୍ୟାନ୍ସଙ୍କ ପାଇଁ ସେୟାର କରୁଛନ୍ତି । ଏଥର ସେ ଫେମସ ଫିଟନେସ ଓ ଲାଇଫଷ୍ଟାଇଲ କୋଚ ଲୁକ କାଉଟିନୋହଙ୍କ ସାକ୍ଷାତକାର ନେଇ ଚର୍ଚ୍ଚାରେ।
ସେ ନିଜ ଅନଲାଇନ ଶୋ ‘କୋକି ପୁଛେଗା’ରେ ଲୁକଙ୍କ ସହ ଭିଡିଓ କଲ ଜରିଆରେ କଥାବାର୍ତ୍ତା କରିଥିଲେ। ଏହାସହ ସେ ତାଙ୍କୁ ରୋଗ-ପ୍ରତିରୋଧକ କ୍ଷମତା ବଢାଇବାର ଘରୋଇ ଚିକିତ୍ସା ବିଷୟରେ ପଚାରିଥିଲେ।