ଓଡିଶା

odisha

ETV Bharat / sitara

ହୁସ୍ନ ପରୀ ସାଜିଲେ କାର୍ତ୍ତିକ, ଫ୍ୟାନ୍ସ ଗାଇଲେ ଗୀତ - କାର୍ତ୍ତିକ ଆର୍ୟନ ଅପଡେଟ ନ୍ୟୁଜ

ଫଟୋ ସେୟାର କରି ଚର୍ଚ୍ଚାରେ କାର୍ତ୍ତିକ ଆର୍ୟନ । ଏଥର ନିଜକୁ ହୁସ୍ନ ପରୀ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ

By

Published : Apr 25, 2020, 4:23 PM IST

ମୁମ୍ବାଇ: ଲକଡାଉନରେ ଫ୍ୟାନ୍ସଙ୍କୁ ଦିୱାନା କରିବାରେ ଲାଗିଛନ୍ତି କ୍ୟୁଟ କାର୍ତ୍ତିକ ଆର୍ୟନ । ନିକଟରେ ସେ ଖୁଲାସା କରିଥିଲେ ଯେ ଫିଲ୍ମ କ୍ୟାମେରା ତାଙ୍କ ଗାର୍ଲଫ୍ରେଣ୍ଡ ଥିଲା । ଆଉ ସେ ଏବେ ନିଜ ଗାର୍ଲଫ୍ରେଣ୍ଡଙ୍କୁ ମନେ ପକାଉଛନ୍ତି। ଆଉ ଏବେ ସେ ନିଜକୁ ‘ହୁସ୍ନ ପରୀ’ ପରି କହି ଚର୍ଚ୍ଚାରେ। ଯାହାକୁ ନେଇ ଫ୍ୟାନ୍ସ ଆଶ୍ଚର୍ଯ୍ୟ।

ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ହୁସ୍ନ ପରୀ’। ତାଙ୍କ ଏହି ଫଟୋଟି ଭାଇରାଲ ହେବା ମାତ୍ରେ ଫ୍ୟାନ୍ସ କମେଣ୍ଟ କରିବା ଆରମ୍ଭ କରିଦେଇଥିଲେ। ଭାଇରାଲ ହେବାର କିଛି ଘଣ୍ଟା ପରେ ପାଖାପାଖି 11 ଲକ୍ଷ ଫ୍ୟାନ୍ସ ଏହାକୁ ଲାଇକ କରିଥିଲେ।

ଜଣେ ଫ୍ୟାନ ସାବୁ ବ୍ରାଣ୍ଡ ନିରମାର ଜିଙ୍ଗଲ ଲେଖିଛନ୍ତି, ‘ତୁମ ହୁସ୍ନ ପରୀ ତୁମ ଜାନ ଜାହାଁ , ତୁମ ସବ ସେ ହସି ତୁମ ସବସେ ଜୱାନ, ସୌନ୍ଦର୍ଯ୍ୟ ସାବୁନ ନିର୍ମା, ସୌନ୍ଦର୍ଯ୍ୟ ସାବୁନ ନିରମା।’ ସେହିପରି ଆଉ ଜଣେ ଫ୍ୟାନ ଲେଖିଛନ୍ତି, ‘ହୁସ୍ନ ପରା ୟୁ ଆର।’ ସବୁଠାରୁ ମଜାଦାର କମେଣ୍ଟରେ ଜଣେ ଫ୍ୟାନ ଲେଖିଛନ୍ତି, ‘ମାଇଁ କ୍ରଶ।’

ପ୍ରକାଶ ଥାଉକି କାର୍ତ୍ତିକଙ୍କୁ ଶେଷଥର ସାରା ଅଲ୍ଲୀ ଖାନଙ୍କ ସହ ଇମତିଆଜ ଅଲ୍ଲୀଙ୍କ ରୋମାଣ୍ଟିକ ଫିଲ୍ମ ‘ଲଭ ଆଜକଲ’ରେ ଦେଖିବାକୁ ମିଳିଥିଲା । ଆଉ ଖୁବଶୀଘ୍ର ସେ କରନ ଜୋହରଙ୍କ ଆଗାମୀ ଫିଲ୍ମ ‘ଦୋସ୍ତାନା 2’ ଓ ‘ଭୁଲ ଭୁଲୈୟା 2’ ନେଇ ଫେରିବେ ।

ABOUT THE AUTHOR

...view details