ଓଡିଶା

odisha

By

Published : Jul 13, 2020, 5:10 PM IST

ETV Bharat / sitara

ସୋସିଆଲ ମିଡିଆରେ କାର୍ତ୍ତିକ-ଦୀପିକାଙ୍କ ନୋକଝୋକ

ଭାଇରାଲ ହେଲା ଦୀପିକାଙ୍କ ଏକ ଭିଡିଓ । ମଜାଦାର କମେଣ୍ଟ କରି ଚର୍ଚ୍ଚାରେ କାର୍ତ୍ତିକ । ଶୁଣିଲେ ଏମିତି ଜବାବ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଫେମସ ଅଭିନେତ୍ରୀ ଦୀପିକା ପାଦୁକୋନ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହନ୍ତି । କିଛି ଦିନ ପୂର୍ବରୁ ସେ ସ୍ବାମୀ ତଥା ଅଭିନେତା ରଣବୀର ସିଂଙ୍କୁ ବର୍ଥ ୱିଶ କରି ଏକ ଫଟୋ ସେୟାର କରିଥିଲେ । ଆଉ ବର୍ଥଡେ ପରେ ସେ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ । ଯେଉଁଥିରେ ସେ ଚାମଚରେ କେକ ଖାଉଥିବାର ନଜର ଆସୁଛନ୍ତି । ମଜାଦାର କଥା ହେଲା ଯେ ତାଙ୍କ ଏହି ଭିଡିଓରେ ମଜାଦାର କମେଣ୍ଟ କରି ଚର୍ଚ୍ଚାରେ ଆସିଛନ୍ତି କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନ ।

କଥାଟି ହେଲା ଯେ ତାଙ୍କ ଭିଡିଓରେ କମେଣ୍ଟ କରି କାର୍ତ୍ତିକ ଲେଖିଛନ୍ତି, ‘ଏହି ଚାମଚ କେତେ ସଫା ।’ ସେପଟେ ଦୀପିକା ମଧ୍ୟ ଏହାର ଉତ୍ତରରେ ଲେଖିଛନ୍ତି, ‘କେବେ ସାକ୍ଷାତ କରିଛ ମତେ ।’

ପ୍ରକାଶ ଥାଉକି ଦୀପିକା ସବୁ ଜିନିଷକୁ ସଫା ରଖିବାକୁ ଭଲ ପାଆନ୍ତି । ସେ ପୂର୍ବରୁ ମଧ୍ୟ ଏହା ଉପରେ ଖୁଲାସା କରିସାରିଛନ୍ତି । ଯାହାକୁ ଆଧାର କରି କାର୍ତ୍ତିକ ତାଙ୍କୁ ଏପରି କମେଣ୍ଟ କରିଛନ୍ତି । ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details