ଓଡିଶା

odisha

ଭଂସାଲୀଙ୍କ ସହ କାମ କରିବେ କାର୍ତ୍ତିକ ଆରୟନ !

By

Published : Mar 27, 2022, 12:39 PM IST

ପ୍ରସିଦ୍ଧ ତଥା ଦର୍ଶକଙ୍କୁ ହିଟ୍‌ ଚଳଚ୍ଚିତ୍ର ଭେଟି ଦେଉଥିବା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ କାର୍ତ୍ତିକ ଆରୟନ କାମ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

ଭନସାଲୀଙ୍କ ସହ କାମ କରିବେ କାର୍ତ୍ତିକ ଆରୟନ !
ଭନସାଲୀଙ୍କ ସହ କାମ କରିବେ କାଭନସାଲୀଙ୍କ ସହ କାମ କରିବେ କାର୍ତ୍ତିକ ଆରୟନ !ର୍ତ୍ତିକ ଆରୟନ !

ମୁମ୍ବାଇ:ପୁଣି ଚର୍ଚ୍ଚାରେ ବଲିଉଡ଼ର ଚକୋଲେଟ ବଏ କାର୍ତ୍ତିକ ଆରୟନ । କାର୍ତ୍ତିକଙ୍କ ଶେଷ ପ୍ରୋଜେକ୍ଟ 'ଧମାକା' ରିଲିଜ ହେବା ପରେ ସେ ନ୍ୟୁଜର ହେଡଲାଇନରେ ରହି ଆସୁଥିଲେ । ହେଲେ ଏବେ ପ୍ରସିଦ୍ଧ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ସହିତ କାମ କରିବାକୁ ନେଇ ଖବର ଶୁଣିବାକୁ ମିଳୁଛି । ସେ ନିକଟରେ ଭଂସାଲୀଙ୍କ ଜୁହୁ ସ୍ଥିତ ଅଫିସରେ ପାପାରାଜି ଦ୍ବାରା ସ୍ପଟେଡ଼ ହୋଇଥିବା ଦେଖିବାକୁ ମିଳିଛି ।

ସଞ୍ଜୟଙ୍କ ଅଫିସ ବାହାରେ କାର୍ତ୍ତିକ ଏକ ସ୍ପୋର୍ଟିଂ କାଜୁଆଲ ଲୁକରେ ନଜର ଆସିଛନ୍ତି । ଏହି ୩୧ ବର୍ଷୀୟ ଅଭିନେତା ଅଫିସରୁ ବାହାରିବା ପରେ ପାପାରାଜିଙ୍କ କ୍ୟାମେରାରେ କଏଦ ହୋଇଥିଲେ । ଏହି ସମୟରେ କାର୍ତ୍ତିକ ଏକ ପିଙ୍କ୍‌ ହୁଡ଼ି ଓ ଡେନିମ ଜିନ୍ସ ସହ ଗ୍ରେ କଲର ସୁଜ୍‌ରେ ଡ୍ୟାପର ଦେଖାଯାଉଥିବା ବେଳେ ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ସେପଟେ କାର୍ତ୍ତିକଙ୍କ ୱାର୍କଫ୍ରଣ୍ଟ ସମ୍ପର୍କରେ କଥା ହେଲେ ସେ ଆଗକୁ 'Bhool Bhulaiya 2'ରେ ନଜର ଆସିବାକୁ ଯାଉଛନ୍ତି ।

ଏଥିରେ ତାଙ୍କ ସହ କିଆରା ଆଡଭାନୀ ଓ ତବୁ ପ୍ରମୁଖ କଳାକାର ଭାବେ ନଜର ଆସିବେ । ଏହାବ୍ୟତୀତ ସେ 'Shehzada', 'Captain India'. 'Freddy' ଓ ସାଜିଦ ନଦିଆଡୱାଲାଙ୍କ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ।

@ANI

ABOUT THE AUTHOR

...view details