ମୁମ୍ବାଇ: ଲକଡାଉନ ପାଇଁ ସବୁ ସେଲିବ୍ରିଟି ନିଜ ନିଜ ଘରେ ବନ୍ଦ। ଯାହାଦ୍ବାରା ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛନ୍ତି। ପ୍ରାୟତଃ ନିଜର କମେଡି ଭିଡିଓ, ୱାର୍କଆଉଟ ଭିଡିଓ, ଟିକ୍ଟକ୍ ଭିଡିଓ ନିର୍ମାଣ କରି ଫ୍ୟାନ୍ସଙ୍କ ପାଇଁ ସେୟାର କରୁଥିବାର ନଜର ଆସୁଛନ୍ତି। ଏହି କ୍ରମରେ ସାମିଲ ଅଛନ୍ତି କ୍ୟୁଟ କାର୍ତ୍ତିକ ଆର୍ୟନ।
ଭଉଣୀ ଚାପୁଡାରେ କାର୍ତ୍ତିକଙ୍କ ଗାଲ ନାଲି, ଭାଇରାଲ ଭିଡିଓ - ଟିକ ଟିକ ଆପରେ ଛାଇଲେ କାର୍ତ୍ତିକ ଆର୍ୟନ
ଟିକ୍ଟକ୍ ଭିଡିଓ ନିର୍ମାଣ କରିବାରେ ଲାଗିଛନ୍ତି କାର୍ତ୍ତିକ ଆର୍ୟନ । ଇତିମଧ୍ୟରେ ଭଉଣୀଙ୍କଠୁ ଚାପୁଡା ଖାଇ ଚର୍ଚ୍ଚାରେ ସେ...
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ
ଫ୍ୟାନ୍ସଙ୍କୁ ମନୋରଞ୍ଜନ କରିବାରେ କାର୍ତ୍ତିକ କୌଣସି ପ୍ରୟାସ ଛାଡୁନାହିଁନ୍ତି। ଇତିମଧ୍ୟରେ ସେ ଭଉଣୀ କ୍ରିତିକାଙ୍କ ଠାରୁ ଚାପୁଡା ଖାଇଛନ୍ତି। ଯାହାର ଭିଡିଓ ଏବେ ଚର୍ଚ୍ଚାରେ। ଆଶ୍ଚର୍ଯ୍ୟ ହୋଇଗଲେ ନାଁ...
ତେବେ ଜଣାଇ ଦେଉଛୁ ଯେ ଆଶ୍ଚର୍ଯ୍ୟ ହେବାର କୌଣସି କଥା ନାହିଁ । କାରଣ ଭାଇ-ଭଉଣୀଙ୍କ ଏହି ନୋକ-ଝୋକ ଏକ ଟିକ୍ଟକ୍ ଭିଡିଓରେ ଦେଖିବାକୁ ମିଳୁଛି। ଆପଣ ବି ଦେଖନ୍ତୁ ଭିଡିଓ...