ଓଡିଶା

odisha

ETV Bharat / sitara

ଲେଡିଲଭଙ୍କୁ ସରପ୍ରାଇଜ ଦେଲେ କାର୍ତ୍ତିକ - କାର୍ତ୍ତିକ ଆର୍ୟନ

ଆଜି ସାରା ଅଲ୍ଲୀ ଖାନଙ୍କ 24ତମ ଜନ୍ମଦିନ । ବର୍ତ୍ତମାନ ସେ ବ୍ୟାଂକକରେ ନିଜର ଆଗାମୀ ଫିଲ୍ମ ‘କୁଲି ନଂ-1’ର ରିମେକ ସୁଟିଂରେ ବ୍ୟସ୍ତ । ଇତିମଧ୍ୟରେ ତାଙ୍କ ପାଖରେ ପହଞ୍ଚିଛନ୍ତି ଅଭିନେତା କାର୍ତ୍ତିକ ଆର୍ୟାନ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତିକ ଆର୍ୟନ

By

Published : Aug 12, 2019, 9:27 PM IST

ମୁମ୍ବାଇ: ବଲିଉଡରେ ଏବେ ନୂଆ ଲଭବାର୍ଡଙ୍କ ପ୍ରେମ ଜୋର ଧରିଛି । ଅନେକ ସ୍ଥାନରେ ଏକାଠି ନଜର ଆସୁଛନ୍ତି ଏହି ଯୋଡି । କେବେ ହାତରେ ହାତ ଧରି ତ କେବେ ବାଇକ୍ ରାଇଡ କରୁଥିବାର ଦେଖାଯାଇଛନ୍ତି ଏହି ଲଭବାର୍ଡ । ଆମେ ଏଠାରେ କଥା ହେଉଛୁ କ୍ୟୁଟ କପଲ କାର୍ତ୍ତିକ ଆର୍ୟନ ଓ ସାରା ଅଲ୍ଲୀ ଖାନଙ୍କ ବିଷୟରେ । ନିକଟରେ ଇମତିଆଜ ଅଲ୍ଲୀଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଲଭ ଆଜ କଲ’ର ସିକ୍ବେଲ ସୁଟିଂ ଶେଷ କରିଛନ୍ତି ସାରା ଓ କାର୍ତ୍ତିକ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତିକ ଆର୍ୟନ

ଅନ୍ୟପଟେ ଆଜି ସାରା 24 ବର୍ଷରେ ପଦାର୍ପଣ କରିଛନ୍ତି । ଆଉ ଏହି ଅବସରକୁ ହାତ ଛଡା କରିନାହାଁନ୍ତି କାର୍ତ୍ତିକ । ସାରାଙ୍କୁ ବର୍ଥଡେର ସରପ୍ରାଇଜ ଦେବା ପାଇଁ କେକ ନେଇ ‘କୁଲି ନଂ-1’ ସେଟରେ ପହଞ୍ଚିଯାଇଛନ୍ତି କାର୍ତ୍ତିକ । ସେପଟେ ସାରା ହ୍ୟାଣ୍ଡସମ ଅଭିନେତା ବରୁଣ ଧୱନଙ୍କ ସହ ବ୍ୟାଂକକ୍ ରେ ‘କୁଲି ନଂ-1’ର ରିମେକ ଫିଲ୍ମ ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତିକ ଆର୍ୟନ

କାର୍ତ୍ତିକ ମଧ୍ୟ କିଛି ଦିନ ହେବ ନିଜର ଆଗାମୀ ଫିଲ୍ମ ‘ପତ୍ନୀ ପତ୍ନ ଔର ୱ’ର ସୁଟିଂ ପାଇଁ ଲକ୍ଷ୍ନୌରେ ଥିଲେ । କିନ୍ତୁ ସେ ସାରାଙ୍କୁ ବର୍ଥଡେ’ ୱିଶ କରିବା କେମିତି ଭୁଲିଥାଆନ୍ତେ । ତେଣୁ ସେ ସବୁ କିଛି ଛାଡି ସାରାଙ୍କ ପାଖରେ ପହଞ୍ଚିଯାଇଛନ୍ତି ।

ପ୍ରକାଶ ଥାଉକି ଶେଷଥର ଏହି ଯୋଡିଙ୍କୁ ଲକ୍ଷ୍ନୌ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ଯେତେବେଳେ କାର୍ତ୍ତିକ, ସାରାଙ୍କୁ ଏୟାରପୋର୍ଟରେ ଛାଡିବାକୁ ଯାଇଥିଲେ ।

ABOUT THE AUTHOR

...view details