ମୁମ୍ବାଇ: ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ବିଗ ବି ଅମିତାଭ ବଚ୍ଚନ ସବୁଥର ପରି ଏଥର ମଧ୍ୟ ଏକ ଜ୍ଞାନ ବାଣ୍ଟିଛନ୍ତି । ସେ ପ୍ରାୟତଃ ସୋସିଆଲ ମିଡିଆରେ ଇଂରାଜୀ ଶବ୍ଦର ଅନୁବାଦ କରୁଥିବାର ଦେଖାଯାଆନ୍ତି । ଏଥର ମଧ୍ୟ ସେ ହ୍ୟାଣ୍ଡରାଇଟିଂକୁ ନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଜଣାଇଛନ୍ତି ଆପଣଙ୍କ ହ୍ୟାଣ୍ଡରାଇଟିଂକୁ ଫେରେଇ ଆଣ ଯାହା ଆପଣଙ୍କ ମସ୍ତିଷ୍କ ପାଇଁ ଭଲ କଥା । ମଜାଦାର କଥା ହେଲା ଯେ କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନଙ୍କ ଶାନଦାର କମେଣ୍ଟ ଅମିତାଭଙ୍କ ପୋଷ୍ଟରେ ଦେଖିବାକୁ ମିଳୁଛି ।
କାର୍ତ୍ତିକ କମେଣ୍ଟରେ ଲେଖିଛନ୍ତି, ‘ମୁଁ ଡାକ୍ତର ଫ୍ୟାମିଲିର । ମୋ ହ୍ୟାଣ୍ଡରାଇଟିଂ ଦେଖି ହୁଏତଃ ଆପଣ ଏମିତି କହିବ ନାହିଁ ।’