ମୁମ୍ବାଇ: ବି-ଟାଉନର କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନଙ୍କ ହାତରେ ବର୍ତ୍ତମାନ ଅନେକ ପ୍ରୋଜେକ୍ଟ ଅଛି । ସେ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ପରଦାକୁ ଫେରିବେ । ଏହି କ୍ରମରେ ସାମିଲ ଅଛି ତାଙ୍କ ଆଗାମୀ ଫିଲ୍ମ ‘ଧମାକା’ । ଯାହାର ସୁଟିଂ ମାତ୍ର 20 ଦିନରେ ଶେଷ କରିବେ କାର୍ତ୍ତିକ ବୋଲି ଚର୍ଚ୍ଚା । ଏପରି ଯୋଜନା କରିଛନ୍ତି ମେକର୍ସ ।
ନିର୍ଦ୍ଦେଶକ ରାମ ମାଧବାନିଙ୍କ ଏହି ଥ୍ରିଲର ଆକ୍ସନ ଫିଲ୍ମରେ କାର୍ତ୍ତିକ ଜଣେ ସାମ୍ବାଦିକ ଭୂମିକାରେ ନଜର ଆସିବେ । ବର୍ତ୍ତମାନ ଫିଲ୍ମର ପ୍ରି-ପ୍ରଡକ୍ସନ କାମରେ ବ୍ୟସ୍ତ ଅଛନ୍ତି ମେକର୍ସ । ଆଉ ସବୁ ସେଟ ହୋଇସାରିବା ପରେ ମାତ୍ର 20 ଦିନରେ ଫିଲ୍ମ ସୁଟିଂ ଶେଷ କରିବାକୁ ସ୍ଥିର କରିଛନ୍ତି । ଯଦି ସବୁ କିଛି ଠିକ୍ ରୂପେ ହୋଇଗଲା ତେବେ ‘ଧମାକା’ର ମେକର୍ସ ଏକ ନୂଆ ରେକର୍ଡ ସୃଷ୍ଟି କରିବେ ।