ମୁମ୍ବାଇ: ବଲିଉଡ ତାରକା କାର୍ତ୍ତିକ ଆର୍ଯ୍ୟନ ନିଜର ଜନ୍ମଦିନରେ ରାମ ମାଧୱାନୀଙ୍କ ଥ୍ରୀଲର ଫିଲ୍ମ 'ଧମାକା'ରେ କାମ କରିବାକୁ ଘୋଷଣା କରିଥିଲେ । କାର୍ତ୍ତିକ ବର୍ତ୍ତମାନ ସେହି ଫିଲ୍ମର ସୁଟିଂ ପାଇଁ ପ୍ରସ୍ତୁତ ଅଛନ୍ତି, କିନ୍ତୁ କୋଭିଡ -19 ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇ ନ ଥିବାରୁ ତାଙ୍କ ମା' ଚିନ୍ତିତ ।
ରୋନି ସ୍କ୍ରୁବାଲାଙ୍କ ଆରଏସବିପି ଏବଂ କୋ-ନିର୍ମାତା ଅମିତା ମାଧୱାନୀ ଫିଲ୍ମ 'ଧମାକା' ନିର୍ମାଣ କରୁଛନ୍ତି । ଏହି ଚଳଚ୍ଚିତ୍ରରେ କାର୍ତ୍ତିକ ରିର୍ପୋଟର ଭାବରେ ନଜର ଆସିବେ । ନିକଟରେ, ଅଭିନେତା ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ସେୟାର କରିଛନ୍ତି । ଗୋଟିଏ ଫଟୋରେ କାର୍ତ୍ତିକ ଭଗବାନଙ୍କ ସାମ୍ନାରେ ହାତ ଯୋଡି ଠିଆ ହୋଇଥିବାର ଦେଖିବାକୁ ମିଳିଥିବାବେଳେ ଦ୍ବିତୀୟ ଫଟୋରେ ତାଙ୍କ ମା' କାର୍ତ୍ତିକଙ୍କୁ ନେଇ ଚିନ୍ତିତ ଥିବାର ଦେଖିବାକୁ ମିଳିଛି ।