ନୂଆଦିଲ୍ଲୀ: ବଲିଉଡର କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନ ଗତ କିଛି ଦିନରୁ ଚର୍ଚ୍ଚାରେ । ଲଗାତାର ତାଙ୍କ ହାତରୁ ଚାଲି ଯାଇଛି ତିନୋଟି ବିଗ ବଜେଟ ଫିଲ୍ମ । ଯାହାକୁ ନେଇ କ୍ରୋଧିତ ତାଙ୍କ ଫ୍ୟାନ୍ସ । ସୋସିଆଲ ମିଡିଆରେ ତାଙ୍କୁ ସମର୍ଥନ କରୁଛନ୍ତି ସମସ୍ତେ । ଇତିମଧ୍ୟରେ ତାଙ୍କୁ ନେଇ ସାମ୍ନାକୁ ଆସିଲା ବଡ ଖବର । ଯାହା ଶୁଣି ଖୁସି ହୋଇଯିବେ ଫ୍ୟାନ୍ସ ।
କାର୍ତ୍ତିକ ଫିଲ୍ମ ନିର୍ମାତା ସାଜିଦ ନାଡିଆଡୱାଲାଙ୍କ ଚଳଚ୍ଚିତ୍ର 'ସତ୍ୟନାରାୟଣ କି କଥା'ରେ ମୁଖ୍ୟ ଭୂମିକାରେ ନଜର ଆସିବେ । ନିର୍ମାତାମାନେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।
କାର୍ତ୍ତିକ ଏକ ବୟାନରେ କହିଛନ୍ତି ଯେ, 'ସତ୍ୟନାରାୟଣ କି କଥା'ର ଟିମ ସହିତ କାମ କରିବାକୁ ନେଇ ମୁଁ ବହୁତ ଖୁସି । ଏଥିରେ ଅନେକ 'ସ୍ପେଶାଲ' ଲୋକ ଏକାଠି ହେଉଛନ୍ତି ।