ଓଡିଶା

odisha

ETV Bharat / sitara

‘ପୃଥ୍ବୀରାଜ’ ନିର୍ମାତାଙ୍କୁ କରଣୀ ସେନାର ଚେତାବନୀ

ଖୁବଶୀଘ୍ର ସାହସୀ ଶାସକ ପୃଥ୍ବୀରାଜ ଚୌହନଙ୍କ କାହାଣୀ ପରଦାରେ ଦେଖିବାକୁ ଯାଉଛନ୍ତି ଦର୍ଶକ। ବର୍ତ୍ତମାନ ଫିଲ୍ମର ସୁଟିଂରେ ବ୍ୟସ୍ତ ଅକ୍ଷୟ କୁମାର ଓ ମାନୁଷୀ ଚିଲ୍ଲାର । ନିକଟରେ ଫିଲ୍ମ ନିର୍ମାତାଙ୍କୁ ରାଜପୁତ କରଣୀ ସେନା ଚେତାବନୀ ଦେଇଥିଲେ।

By

Published : Mar 17, 2020, 5:13 PM IST

movie prithviraj
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ଜୟପୁର:ରାଜପୁତ କରଣୀ ସେନା ସୁପରହିଟ୍ ଫିଲ୍ମ ‘ପଦ୍ମାବତ’ ପରେ ଏବେ ଖିଲାଡି ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସେ ଫିଲ୍ମ ‘ପୃଥ୍ବୀରାଜ’ ନିର୍ମାତାଙ୍କୁ ଐତିହାସିକ ତଥ୍ୟ ସହ କୌଣସି ପରିବର୍ତ୍ତନ ନକରିବାକୁ ଦାବି କରିଛନ୍ତି। ଅକ୍ଷୟଙ୍କ ଏହି ଫିଲ୍ମର ସୁଟିଂ ଜୟପୁରର ଜମୁୱାରାମଗଢ ଗାଁରେ ଚାଲିଛି ।

ରାଜପୁତ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମହିପାଲ ସିଂ ମକରାନାଙ୍କ ନେତୃତ୍ବରେ ସଗଠନ ସଦସ୍ୟ ଜମୁୱାରାମଗଢରେ ଗତ ଶନିବାର ସୁଟିଂର ବିରୋଧ କରିଥିଲେ । ଏହାସହ ନିର୍ମାତା ଚନ୍ଦ୍ର ପ୍ରକାଶଙ୍କୁ ଫିଲ୍ମ ସୁଟିଂ ରୋକିବା ଏବଂ ଫିଲ୍ମରେ ଐତିହାସିକ ତଥ୍ୟ ପରିବର୍ତ୍ତନ ନକରିବାକୁ ଦାବି କରିଥିଲେ।

ସେହିପରି ଫିଲ୍ମ ନିର୍ମାତା ସଗଠନ ନେତାଙ୍କୁ ବିଶ୍ବାସ ଦେଇଛନ୍ତି ଯେ ଫିଲ୍ମର ପଟକଥାରେ ଐତିହାସିକ ତଥ୍ୟା ସହ କୌଣସି ପରିବର୍ତ୍ତନ କରାଯିବ ନାହିଁ। ପ୍ରକାଶ ଥାଉକି ପୃଥ୍ବୀରାଜ ଫିଲ୍ମ ନିର୍ମାଣ ୟଶରାଜ ଫିଲ୍ମ ଜରିଆରେ କରାଯାଉଛି । ଫିଲ୍ମଟି ରାଜପୁତ ଶାସକ ପୃଥ୍ବୀରାଜ ଚୌହାନଙ୍କ କାହାଣୀ ଉପରେ ଆଧାରିତ। ଫିଲ୍ମରେ ଅକ୍ଷୟ କୁମାର, ପୃଥ୍ବୀରାଜଙ୍କ ଭୂମିକାରେ ଅଭିନୟ କରୁଛନ୍ତି ।

ସେହିପରି ପୃଥ୍ବୀରାଜଙ୍କ ପତ୍ନୀ ସଂଯୁକ୍ତା ଭୂମିକାରେ ପୂର୍ବତମ ମିସ ୱାର୍ଲ୍ଡ ମାନୁଷୀ ଚିଲ୍ଲର ନଜର ଆସିବେ । ଏହା ତାଙ୍କ ଡେବ୍ୟୁ ଫିଲ୍ମ ହେବାକୁ ଯାଉଛି ।

ABOUT THE AUTHOR

...view details