ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରିସ୍ମା କପୁର ଦୀର୍ଘ ଦିନ ଧରି ଫିଲ୍ମରୁ ଦୂରେଇ ରହିଛନ୍ତି । କିନ୍ତୁ ସେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ଗୋଟିଏ ପରେ ଗୋଟିଏ ସୁପରହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ଏବେ କରିସ୍ମା ତାଙ୍କ ପର୍ସନାଲ ଲାଇଫକୁ ଉପଭୋଗ କରୁଛନ୍ତି । ସେ ପ୍ରାୟତଃ ତାଙ୍କ ଭଉଣୀ କରୀନା କପୁରଙ୍କ ସହିତ ନଜର ଆସିଥାନ୍ତି ।
ନିକଟରେ କରିସ୍ମା ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ କରିସ୍ମା ତାଙ୍କ ଘରର ବାଲକୋନୀରେ ବସି ପନିପରିବା ଧୋଇ ଶୁଖାଉଥିବାର ଏବଂ ପରିବା ଧରି ଖେଳୁଥିବାର ନଜର ଆସିଛନ୍ତି ।