ନୂଆଦିଲ୍ଲୀ: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କପୁର ପରିବାର ଗଣପତିଙ୍କ ମୂର୍ତ୍ତୀ ନିଜ ଘରକୁ ଆଣିଥିଲେ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ ।
ଆଜି କପୁର ପରିବାରର ସମସ୍ତ ସଦସ୍ୟ ଶୁଭ ଗଣେଶ ପର୍ବ ଏକାଠି ପାଳନ କରିଛନ୍ତି ।
ଏହି ଅବସରରେ ଅଭିନେତ୍ରୀ କରୀସ୍ମା ପୁରା ପରିବାର ସହିତ ଗଣେଶ ଚତୁର୍ଥୀ ସେଲିବ୍ରେସନ କରୁଥିବାର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ କରୀନା କପୁର ଖାନ, ତୈମୁର, ରଣଧୀର କପୁର, ଆଧାର ଜୈନ, ଅରମାନ ଜୈନ, ଅନିସା ମଲହୋତ୍ରା ପରିବାରର ଅନ୍ୟମାନଙ୍କ ସହ ପୋଜ୍ କରୁଥିବା ଦେଖିବାକୁ ମିଳିଛି ।