ଓଡିଶା

odisha

ETV Bharat / sitara

ଆମୀରଙ୍କ ସହ କିସର ରାଜ୍ ଖୋଲିଲେ କରିସ୍ମା - ସୁନ୍ଦରୀ ଅଭିନେତ୍ରୀ କରିସ୍ମା କପୁର ଡିଜିଟାଲ ଡେବ୍ୟୁ

ଆଜି ମଧ୍ୟ ଅନେକ ଦର୍ଶକଙ୍କ ମନରେ କରିସ୍ମା କପୁର ଓ ଆମୀର ଖାନଙ୍କ ରୋମାଣ୍ଟିକ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ କ୍ରେଜ ଦେଖିବାକୁ ମିଳୁଛି । ଫିଲ୍ମରେ ଗୋଟିଏ କିସ୍ ସିନକୁ ନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲେ କରିସ୍ମା। ଏବେ ଏହା ଉପରେ ବଡ ଖୁଲାସା କରିଛନ୍ତି ସେ।

karisma kapoor
ଡିଜାଇନ ଫଟୋ

By

Published : Mar 6, 2020, 11:10 PM IST

ମୁମ୍ବାଇ: ଅନେକ ସୁପରଷ୍ଟାର ସହ ଫିଲ୍ମରେ କାମ କରିସାରିଥିବା ବି-ଟାଉନର ସୁନ୍ଦରୀ ଅଭିନେତ୍ରୀ କରିସ୍ମା କପୁର ଖୁବଶୀଘ୍ର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କ ଡେବ୍ୟୁ ୱେବ ସିରିଜ ‘ମେଣ୍ଟଲହୁଡ’ ଜି 5ରେ ରିଲିଜ ହେବ । ହେଲେ ଡିଜିଟାଲ ଡେବ୍ୟୁ ପୂର୍ବରୁ କରିସ୍ମା ଏମିତି ଏକ କଥାର ଖୁଲାସା କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଏକ ସାକ୍ଷାତକାରରେ 24 ବର୍ଷ ପୂର୍ବେ ଆସିଥିବା ସୁପରହିଟ୍ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ରେ ଆମୀର ଖାନଙ୍କ ସହ କିସିଂ ସିନ ଉପରୁ ପରଦା ଉଠାଇଛନ୍ତି।

ସେ କହିଥିଲେ ଆମୀରଙ୍କ ସହ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ ସହ ଅନେକ ସ୍ମୃତି ଅଛି। ହେଲେ ଯେବେ ଏହି ଫିଲ୍ମ ଆସିଥିଲା ସବୁ ମହଲରେ ତାଙ୍କ କିସିଂ ସିନକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ହୁଏତଃ କମ ଲୋକଙ୍କୁ ଜଣା କି ସେ ଏହି ସିନ କରୁଥିବା ସମୟରେ ଥରୁଥିଲେ । ସେ ସିନ ଦେବା ସମୟରେ ଭାବୁଥିଲେ କେତେବେଳେ ସିନ ଶେଷ ହେବ । କାରଣ ଫେବୃଆରୀ ମାସ ଉଟିରେ ଏତେ ଥଣ୍ଡା ଥିଲା, ଯାହାଦ୍ବାରା ତାଙ୍କୁ ସୁଟ କରିବାରେ ସମସ୍ୟା ହେଉଥିଲା । ସନ୍ଧ୍ୟା 6ଟାରେ କିସ୍ ସିନର ସୁଟିଂ କରାଯାଇଥିଲା । ଆଉ ଅତ୍ୟଧିକ ଥଣ୍ଡା ପାଇଁ ତାଙ୍କ ଶରୀର ଥରୁଥିଲା ।

ପ୍ରକାଶ ଥାଉକି କରିସ୍ମା 90 ଦଶକର ଫେମସ ଅଭିନେତ୍ରୀ । ଟ୍ୟାଲେଣ୍ଟେଡ ଓ ବୋଲ୍ଡ ଅଭିନେତ୍ରୀ ମଧ୍ୟରେ ସେ ଆଜି ମଧ୍ୟ ଫେମସ । ତାଙ୍କ ଅଭିନୀତ ଫିଲ୍ମକୁ ଖୁବ୍ ପସନ୍ଦ କରୁଥିଲେ ଦର୍ଶକ । 1996ରେ ଆସିଥିବା ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ ବକ୍ସ ଅଫିସରେ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ଧର୍ମେଶ ଦର୍ଶନ ।

ABOUT THE AUTHOR

...view details