ମୁମ୍ବାଇ: ପୁଣି ପୁତ୍ର ସନ୍ତାନର ଜନନୀ ହେଲେ ବଲିଉଡ ବେବୋ । ତୈମୁର ହୋଇଛନ୍ତି ବଡ ଭାଇ । ପଟୌଦୀ ପରିବାରକୁ ମିଳିଛି ଆଉ ଏକ ଉତ୍ତରାଧିକାରୀ । ଶନିବାର ରାତିରେ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ସେ ଆଉ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଯାହାକୁ ନେଇ ପୁଣି ଥରେ ମାଉସୀ ହୋଇଥିବାରୁ ବହୁତ ଖୁସି କରିସ୍ମା କପୁର ।
ଏନେଇ କରିସ୍ମା ସାନ ଭଉଣୀ କରୀନାଙ୍କ ଜନ୍ମ ପରେ କ୍ଲିକ୍ ହୋଇଥିବା ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ଖୁସି ବ୍ୟକ୍ତ କରିଛନ୍ତି ।