ନୂଆଦିଲ୍ଲୀ: ଆଜି ଋଷି କପୁରଙ୍କ ପତ୍ନୀ ତଥା ଫେମସ ଅଭିନେତ୍ରୀ ନୀତୁ ସିଂଙ୍କ 62ତମ ଜନ୍ମଦିନ । ସୋସିଆଲ ମିଡିଆରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି ପ୍ରଶଂସକ । ଏହି ବିଶେଷଦିନରେ ବହୁ ପ୍ରଶଂସକମାନଙ୍କ ସହିତ ବହୁତ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଉଛନ୍ତି ।
ନିକଟରେ ଅଭିନେତ୍ରୀ କରିସ୍ମା ଏବଂ କରୀନା ମଧ୍ୟ ତାଙ୍କ ନୀତୁଙ୍କ ଏକ ଆକର୍ଷଣୀୟ ଥ୍ରୋବ୍ୟାକ୍ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
କରୀନା ତାଙ୍କ ଇନଷ୍ଟାଗ୍ରାମରେ ନୀତୁଙ୍କ ଏକ ବ୍ଲାକ ଆଣ୍ତ ହ୍ବାଇଟ ଥ୍ରୋବ୍ୟାକ୍ ଫଟୋ ପୋଷ୍ଟ କରିଛନ୍ତି । ଫଟୋ ପୋଷ୍ଟ କରି କ୍ୟାପସନରେ କରୀନା ଲେଖିଛନ୍ତି, "ହାପି ବର୍ଥଡେ ନୀତୁ ଆଣ୍ଟି" । ଏହାସହିତ ସେ ଦୁଇଟି ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି ।