ଓଡିଶା

odisha

ETV Bharat / sitara

ମା'ଙ୍କୁ ସୋସିଆଲ ମିଡିଆରେ କରିସ୍ମାଙ୍କ ବର୍ଥଡେ ୱିଶ - ଅଭିନେତ୍ରୀ ବବିତାଙ୍କ 73ତମ ଜନ୍ମଦିନ

ପୁରୁଣା ଫଟୋ ସେୟାର କରି ଇମୋଶନାଲ ହେଲେ କରିସ୍ମା କପୁର। ଲକଡାଉନ ପାଇଁ ସେଲିବ୍ରେଟ କରିପାରୁନାହାଁନ୍ତି ମା' ବବିତାଙ୍କ ବର୍ଥଡେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରମ@କରିସ୍ମା କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରମ@କରିସ୍ମା କପୁର

By

Published : Apr 21, 2020, 7:07 AM IST

ମୁମ୍ବାଇ: ବି-ଟାଉନ ଲୋଲୋ କରିସ୍ମା କପୁର ଓ ବେବୋ କରୀନା କପୁରଙ୍କ ମା' ତଥା ବିଶିଷ୍ଟ ଅଭିନେତ୍ରୀ ବବିତାଙ୍କ ଆଜି 73ତମ ଜନ୍ମଦିନ। ଏହି ଅବସରରେ କରିସ୍ମା ସୋସିଆଲ ମିଡିଆରେ ଫଟୋ ସେୟାର କରି ମା'ଙ୍କୁ ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି। ବର୍ତ୍ତମାନ ତାଙ୍କ ସେୟାର ହୋଇଥିବା ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ମା'ଙ୍କ ସହ ସେ ଓ କରୀନା ନଜର ଆସୁଛନ୍ତି। ଏହି ଫଟୋଟି କରିସ୍ମାଙ୍କ 46ତମ ଜନ୍ମଦିନର । ଏବେ ସେ ଫଟୋକୁ ମା'ଙ୍କୁ ବର୍ଥଡେ ୱିଶ କରିବାକୁ ବ୍ୟବହାର କରିଛନ୍ତି।

ଏହାସହ ସେ ସ୍ପେଶାଲ ନୋଟରେ ଲେଖିଛନ୍ତି, ‘ହାପି ବର୍ଥ ଡେ ମା। ଆପଣଙ୍କ ସହ ବର୍ଥଡେ ସେଲିବ୍ରେଶନ କରିବାକୁ ଆମେ ମିସ କରୁଛୁ।’

ସେହିପରି କରିସ୍ମାଙ୍କ ପୂର୍ବରୁ କରୀନା ମଧ୍ୟ ମା ବବିତା ଓ ପିତା ରଣଧୀର କପୁରଙ୍କ ଫଟୋ ସେୟାର କରି ବର୍ଥଡେ ୱିଶ କରିଥିଲେ ।

ABOUT THE AUTHOR

...view details