ହାଇଦ୍ରାବାଦ:ବିବାହ ବାର୍ଷିକୀରେ ଅଭିନେତା ସ୍ବାମୀ ସୈଫ ଅଲ୍ଲୀ ଖାନଙ୍କ ସହିତ ଥ୍ରୋବ୍ୟାକ ଫଟୋ ସେୟାର କରିଛନ୍ତି ପଟୌଦି ବଂଶର ବୋହୂ କରୀନା କପୁର ଖାନ । ଉଭୟ ୨୦୦୮ ମସିହାରେ ଗ୍ରୀସରେ ବିତାଇଥିବା ସମୟ ସବୁଦିନ ପାଇଁ ତାଙ୍କ ଜୀବନକୁ ପରିବର୍ତ୍ତନ କରିଦେଇଥିବା ସେ ପୋଷ୍ଟ କରି ଲେଖିଛନ୍ତି ।
କରୀନା ସୈଫଙ୍କ ସହ ନବମ ବିବାହ ବାର୍ଷିକୀରେ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି । ୨୦୦୮ ମସିହା ଗ୍ରୀସରେ ଫିଲ୍ମ 'ଟସନ'ର ସୁଟିଂ ସମୟର ଏହି ଫଟୋକୁ କରୀନା ସେୟାର କରିଛନ୍ତି । ଏହାର କ୍ୟାପସନରେ କରୀନା ଲେଖିଛନ୍ତି ଯେ, "ଏକଦା ଗ୍ରୀସରେ...ଏକ ବୋଲ୍ ସୁପ୍ ଓ ଆମେ...ଆଉ ଜୀବନ ପରିବର୍ତ୍ତନ ହୋଇଗଲା । ଦୁନିଆର ସବୁଠୁ ହ୍ୟାଣ୍ଡସମ ବ୍ୟକ୍ତିଙ୍କୁ ବିବାହ ବାର୍ଷିକୀର ଅଭିନନ୍ଦନ " ଅର୍ଥାତ ଗୋଟିଏ ବୋଲ୍(bowl) ସୁପ୍ ସହିତ ସେମାନେ ବିତାଇଥିବା କିଛି ସ୍ପେଶାଲ ମୁହୂର୍ତ୍ତ ଯାହାକି ସବୁଦିନ ପାଇଁ ତାଙ୍କ ଜୀବନକୁ ପରିବର୍ତ୍ତନ କରିଥିଲା । ଏହାସହିତ ସେ ହବି ସୈଫଙ୍କୁ ବିବାହ ବାର୍ଷିକୀର ଅଭିନନ୍ଦନ ଜଣାଇଛନ୍ତି ।