ମୁମ୍ବାଇ: ଅଭିନେତ୍ରୀ କରୀନା କପୁର ଖାନ ତାଙ୍କ ପୁଅ ତୈମୁର ଅଲି ଖାନଙ୍କ ଦ୍ୱାରା ଅଙ୍କିତ ଏକ ଚିତ୍ରକୁ ସେୟାର କରିଛନ୍ତି, ଯାହାକୁ ସେ 'ଇନ-ହାଉସ୍ ପିକାସୋ' ନାମରେ ନାମିତ କରିଛନ୍ତି । ଏଥି ସହିତ ତୈମୁର ଆଇସକ୍ରିମର ଏକ ଚିତ୍ର ମଧ୍ୟ କରିଥିଲେ, ଯାହାକୁ ଅଭିନେତ୍ରୀ ଫଟୋ ସେୟାରିଂ ଆପରେ ସେୟାର କରିଥିଲେ । ପୋଷ୍ଟର କ୍ୟାପସନରେ ବେବୋ ଲେଖିଛନ୍ତି, 'ଏହି ସମଗ୍ର ବିଶ୍ୱ ତୁମର ଆଇସକ୍ରିମ । ମୋର ପ୍ରିୟ # ଇନହାଉସ୍ ପିକାସୋ ।
ଏହାପୂର୍ବରୁ ଅଭିନେତା ସୈଫ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ଫୋନ ଦେଖୁଥିଲେ ଏବଂ ଅଭିନେତ୍ରୀ ତଥା ତାଙ୍କ ପତ୍ନୀ କରିନା କପୁର ଖାନ ପୁସ୍ତକ ପଢୁଥିବାର ନଜର ଆସିଥିଲେ ।