ଓଡିଶା

odisha

ETV Bharat / sitara

ବୟଫ୍ରେଣ୍ଡଙ୍କ ‘କବୀର ସିଂ’ ଉପରେ ଏକ୍ସ ଗାର୍ଲଫ୍ରେଣ୍ଡଙ୍କ ପ୍ରତିକ୍ରିୟା

ପାଖାପାଖି 4 ମାସ ପରେ ଶାହିଦ କପୁରଙ୍କ ସୁପରହିଟ୍ ଫିଲ୍ମ ‘କବୀର ସିଂ’ ଉପରେ ମୁହଁ ଖୋଲିଲେ କରୀନା କପୁର ଖାନ। ଏପରି ଭୂମିକାରେ ଉପରେ କରନ୍ତି ନାହିଁ ବିଶ୍ବାସ।

By

Published : Oct 12, 2019, 2:39 PM IST

ଡିଜାଇନ ଫଟୋ

ମୁମ୍ବାଇ: ଚଳିତ ବର୍ଷ ଜୁନ 21ରେ ସିନେମାଘରେ ରିଲିଜ ହୋଇଥିବା ଶାହିଦ କପୁର ଓ କିୟାରା ଆଡଭାନୀଙ୍କ ବ୍ଲକବଷ୍ଟର ଫିଲ୍ମ ‘କବୀର ସିଂହ’ 300 କୋଟି ଆୟ କରିଥିଲା । ଯେଉଁଠାରେ ଏହି ଫିଲ୍ମଟି ଅଧିକ ଆୟ କରିବାର ସ୍ବାଦ ଚାଖି ଥିଲା । ସେହିଠାରେ ଫିଲ୍ମର ବିବାଦ ମଧ୍ୟ ସେତିକି ଦେଖିବାକୁ ମିଳିଥିଲା ।

ଫିଲ୍ମଟି କିଛି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିବା ବେଳେ ଆଉ କିଛି ଦର୍ଶକଙ୍କୁ ଏହା ପସନ୍ଦ ଆସିନଥିଲା । ସେ ବିଶ୍ବାସ କରିପାରୁନଥିଲେ କି ଶାହିଦ ଏପରି ଭୂମିକାରେ କେମିତି କାମ କଲେ । ଯିଏ ମହିଳାଙ୍କ ସହ ଖରାପ ବ୍ୟବହାର କରୁଛନ୍ତି । ‘କବୀର ସିଂ’ ଉପରେ ଅନେକ ଲୋକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

ସବୁଠାରୁ ମୁଖ୍ୟ କଥା ହେଲା କି ବର୍ତ୍ତମାନ ଫିଲ୍ମକୁ ନେଇ ଶାହିଦଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ କରୀନା କପୁର ଖାନ ପ୍ରତିକ୍ରିୟା ରଖିଛନ୍ତି । ‘କବୀର ସିଂ’ ଭୂମିକା ତାଙ୍କ ସୂଚୀରେ ନାହିଁ । ଆଉ ସେ ବ୍ୟକ୍ତିଗତ ରୂପେ ଏପରି ଚରିତ୍ରରେ ବିଶ୍ବାସ କରନ୍ତି ନାହିଁ । ସେ ଫିଲ୍ମ ଏଯାବତ ଦେଖିନାହାଁନ୍ତି । ତେବେ ସ୍ପଷ୍ଟ ରୂପେ ଏଥିରେ କୌଣସି ପ୍ରଭାବିତ ହୋଇନାହିଁ । କାରଣ ଫିଲ୍ମ 300 କୋଟି ଟଙ୍କାରୁ ଅଧିକ ଆୟ କରି ରେକର୍ଡ ସୃଷ୍ଟି କରିଛି ବୋଲି କହିଥିଲେ କରୀନା ।

କାରଣ ଦର୍ଶକ ଫିଲ୍ମ ଦେଖିବାକୁ ଯାଇଥିଲେ ଆଉ ଫିଲ୍ମକୁ ପସନ୍ଦ ମଧ୍ୟ କରିଛନ୍ତି । ସେ ଖୁସି ଅଛନ୍ତି କି ଲୋକେ ଏହି ବିଷୟରେ କଥା ହେଉଛନ୍ତି । ଯାହା ମହିଳାଙ୍କ ହିତରେ । ଏପରି କିଛି ପ୍ରତିକ୍ରିୟା ରଖିଥିଲେ କରୀନା ।

ABOUT THE AUTHOR

...view details