ହାଇଦ୍ରାବାଦ: କରୀନା କପୁର ଖାନ ଏବେ ଟେଲିଭିଜନରେ ବହୁତ ଶିଘ୍ର ଏଣ୍ଟ୍ରି ମାରିବେ । ପପୁଲାର ଡ୍ୟାନ୍ସ ଶୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ଜଜ ରୂପରେ ନଜର ଆସିବେ । ତାଙ୍କ ସହ ଶୋ କୁ ଜଜ କରିବେ ବସ୍କୋ ର୍ମତିଶ ଓ ବାଦଶାହା ।
ତେବେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ସପ୍ତମ ସିଜିନ ଜୁନ ମାସରେ ଟେଲିକାଷ୍ଟ ହେବାର ଅଛି । ଶୋ କୁ ହୋଷ୍ଟ କରିବେ ଟେଲିଭିଜନ କଳାକାର ଧିରଜ ଧୋପାର । ଧିରଜଙ୍କ 'ଶଶୁରାଲ ସିମର କା' ଓ କୁଣ୍ଡଲି ଭାଗ୍ୟରେ ଦେଖିବାକୁ ମିଳିଥିଲା ।
ତେବେ କରୀନାଙ୍କୁ ଶୋ ରେ ଆଣିବା ପାଇଁ ଚ୍ୟାନେଲ ଅନେକ ଚେଷ୍ଟା କରିଥିଲା । ଇଂରାଜୀ ମିଡିୟମ ସୁଟିଂ ପାଇଁ କରୀନାଙ୍କୁ ଜୁନ ମାସରେ ଲଣ୍ଡନ ଯିବାର ଅଛି । ତେବେ କରୀନା ଯେପରି ଦୁଇଟି ଯାକ ସୁଟିଂ କରିପାରିବେ ସେଥିପାଇଁ ତାରିଖ ସୁଟିଂ ତାରିଖି ଠିକ କରାଯାଉଛି ।
କରୀନଙ୍କୁ ଏହା ପୂର୍ବରୁ ମଧ୍ୟ ଏକ ରେଡିଓ ଶୋ 'ହ୍ବାଟ ଓମେନ ୱାଣ୍ଟ'କୁ ହୋଷ୍ଟ କରୁଥିଲେ । ଏଥିରେ ସେ ବିଭିନ୍ନ କ୍ଷେତ୍ରରେ ଥିବା ମହିଳା ମାନଙ୍କୁ ଶୋ ରେ ନିମନ୍ତ୍ରଣ କରି ତାଙ୍କ ବିଷୟରେ କଥା ହେଉଥିଲେ । ତେବେ କରୀନାଙ୍କ ଆଗାମୀ ଫିଲ୍ମ 'ଗୁଡ ନ୍ୟୁଜ' ଆଗକୁ ରିଲିଜ ହେବ ।