ଓଡିଶା

odisha

ETV Bharat / sitara

ଗର୍ଭାବସ୍ଥାରେ ଯୋଗ କରୁଛନ୍ତି ବେବୋ - ଗର୍ଭାବସ୍ଥାରେ ଯୋଗ କରୁଛନ୍ତି ବେବୋ

ନିକଟରେ କରୀନା ଇନଷ୍ଟାଗ୍ରାମରେ ଯୋଗ କରିବା ସମୟର କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ବିଭିନ୍ନ ଯୋଗ ପୋଜ୍ କରୁଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

kareena-kapoor-supports-yoga-during-pregnancy
ଗର୍ଭାବସ୍ଥାରେ ଯୋଗ କରୁଛନ୍ତି ବେବୋ

By

Published : Jan 26, 2021, 3:50 PM IST

ମୁମ୍ବାଇ: ବଲିଉଡର ବେବୋ ତଥା ଅଭିନେତ୍ରୀ କରୀନା କପୁର ଖାନ ଖୁବ୍ ଶୀଘ୍ର ତାଙ୍କର ଦ୍ବିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ଏଥିପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି ।

ଏହି ସମୟରେ, ଗର୍ଭାବସ୍ଥାରେ କରୀନା ଯୋଗ କରିବା ସମୟର କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ସେ ବିଭିନ୍ନ ଯୋଗ ପୋଜ୍ କରୁଥିବାର ଦେଖିବାକୁ ମିଳିଛି ।

ଇନଷ୍ଟାଗ୍ରାମରେ ଫଟୋ ସେୟାର କରି କ୍ୟାପସନରେ କରୀନା ଲେଖିଛନ୍ତି, 'ଟିକିଏ ଯୋଗ, ଟିକିଏ ଶାନ୍ତି' । ଫଟୋରେ ତାଙ୍କ ବେବିବମ୍ପ ସ୍ପଷ୍ଟ ନଜର ଆସିଛି ।

କରୀନାଙ୍କର ଏହି ପୋଷ୍ଟକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ଏବଂ ଏପର୍ଯ୍ୟନ୍ତ ଏହି ପୋଷ୍ଟରେ 2 ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି ।

ପ୍ରକାଶ ଥାଉ ଯେ, କରୀନା ଏବଂ ସୈଫ ଦମ୍ପତିଙ୍କର ଏକ ଚାରି ବର୍ଷର ପୁଅ ମଧ୍ୟ ଅଛି ।

ଆଗାମୀ ସମୟରେ, କରୀନା ଆମୀର ଖାନଙ୍କ ସହ ଚଳଚ୍ଚିତ୍ର 'ଲାଲ ସିଂ ଚଡ୍ଡା'ରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details