ଓଡିଶା

odisha

ETV Bharat / sitara

ଫଟୋ ସେୟାର କରି କିୟାରାଙ୍କୁ ବର୍ଥଡେ ୱିଶ କଲେ ବେବୋ - Kareena Kapoor Khan wishes co-star

ନିକଟରେ କିୟାରାଙ୍କ ଫିଲ୍ମ 'ଗୁଡ୍ ନ୍ୟୁଜ୍'ର କୋ-ଷ୍ଟାର କରୀନା କପୁର ଖାନ୍ ଏକ ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଫଟୋର କ୍ୟାପସନରେ କରୀନା ଲେଖିଛନ୍ତି, ହାପି ବର୍ଥଡେ ଡିୟର, ତୁମକୁ ବର୍ଷ ସାରା ସବୁବେଳେ ଗୁଡ୍ ନ୍ୟୁଜ୍ ଶୁଣିବାକୁ ମିଳୁ । ଅଧିକ ପଢନ୍ତୁ...

Kareena Kapoor Khan wishes co-star Kiara Advani
ଫଟୋ ସେୟାର କରି କିୟାରାଙ୍କୁ ବର୍ଥଡେ ୱିଶ କଲେ ବେବୋ

By

Published : Jul 31, 2020, 4:58 PM IST

ନୂଆଦିଲ୍ଲୀ: ‘କବୀର ସିଂ’ ଫେମ କିୟାରା ଆଡଭାନୀ ଆଜି ନିଜର 28 ତମ ଜନ୍ମଦିନ ପାଳନ କରୁଛନ୍ତି । ଆଜି ଏହି ବିଶେଷ ଦିନରେ ପ୍ରଶଂସକଙ୍କ ସହିତ ବହୁ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ନିକଟରେ କିୟାରାଙ୍କ ଫିଲ୍ମ 'ଗୁଡ୍ ନ୍ୟୁଜ୍'ର କୋ-ଷ୍ଟାର କରୀନା କପୁର ଖାନ୍ ଏକ ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଫଟୋର କ୍ୟାପସନରେ କରୀନା ଲେଖିଛନ୍ତି, ହାପି ବର୍ଥଡେ ଡିୟର, ତୁମକୁ ବର୍ଷ ସାରା ସବୁବେଳେ ଗୁଡ୍ ନ୍ୟୁଜ୍ ଶୁଣିବାକୁ ମିଳୁ ।

ଏଥିସହ, ଅଭିନେତା ସିଦ୍ଧାର୍ଥ ମଲହୋତ୍ରା କିୟାରା କେକ୍ କାଟୁଥିବାର ଏକ ସୁନ୍ଦର ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଫଟୋର କ୍ୟାପସନରେ ସିଦ୍ଧାର୍ଥ ଲେଖିଛନ୍ତି, "ହାପି ବର୍ଥଡେ ସନ୍ ସାଇନ୍ ଗର୍ଲ, ତୁମକୁ ମୋ ତରଫରୁ ବହୁତ ସାରା ଭଲପାଇବା ।

ଆଗାମୀ ସମୟରେ, କିୟାରା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ଫିଲ୍ମ 'ଶେରସାହ'ରେ ନଜର ଆସିବେ । ଏହି ଫିଲ୍ମ ବିକ୍ରମ ବତ୍ରାଙ୍କ ଜୀବନୀ ଉପରେ ଆଧାରିତ । ଏହି ଫିଲ୍ମ ଚଳିତ ବର୍ଷ ଜୁଲାଇରେ ପରଦାରେ ଆସିବାର କାର୍ଯ୍ୟକ୍ରମ ରହିଥିଲା, କିନ୍ତୁ ମହାମାରୀ ହେତୁ ଏହାକୁ ସ୍ଥଗିତ ରଖାଯାଇଛି ।

ପ୍ରକାଶ ଥାଉକି, କିୟାରା ଖୁବଶୀଘ୍ର ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ’ ଓ କାର୍ତ୍ତିକ ଆର୍ୟନଙ୍କ ଚର୍ଚ୍ଚିତ ଫିଲ୍ମ ‘ଭୁଲ ଭୁଲୈୟା 2’ରେ ନଜର ଆସିବେ । ଯାହାକୁ ନେଇ ଏକ୍ସାଇଟେଡ ତାଙ୍କ ଫ୍ୟାନ୍ସ ।

ଅନ୍ୟପକ୍ଷରେ, କିୟାରା କରଣ ଜୋହରଙ୍କ ଫିଲ୍ମ 'ତଖ୍କ'ର ଏକ ଅଂଶ ମଧ୍ୟ ଅଟନ୍ତି ।

ABOUT THE AUTHOR

...view details