ଓଡିଶା

odisha

ETV Bharat / sitara

ପ୍ରଯୋଜିକା ହେବେ ବେବୋ - Hansal Mehta

ଏକତା କପୁରଙ୍କ ବାଲାଜୀ ଟେଲିଫିଲ୍ମ ନିର୍ମାଣ ହେବାକୁ ହିବାକୁ ଥିବା ଥ୍ରିଲର ଫିଲ୍ମର ପ୍ରଯୋଜକ ହେବେ ବେବୋ । ଏହା ସହିତ ଏଥିଲେ ସେ ଅଭିନୟ ମଧ୍ୟ କରିଛନ୍ତି । ଅଧିକ ପଢନ୍ତୁ...

ପ୍ରଯୋଜିକା ହେବେ ବେବୋ
ପ୍ରଯୋଜିକା ହେବେ ବେବୋ

By

Published : Aug 11, 2021, 12:30 PM IST

ମୁମ୍ବାଇ:ଅଭିନୟ ବଦଳରେ ଏବେ ପ୍ରଯୋଜିକ ହେବାକୁ ମନ ବଳାଇଛନ୍ତି କରୀନା କପୁର ଖାନ । ଏକତା କପୁରଙ୍କ ବାଲାଜୀ ଟେଲିଫିଲ୍ମସ ନିର୍ମାଣ ହେବାକୁ ହିବାକୁ ଥିବା ଥ୍ରିଲର ଫିଲ୍ମର ପ୍ରଯୋଜକ ହେବେ ବେବୋ । ଏହା ସହିତ ଏଥିରେ ସେ ଅଭିନୟ ମଧ୍ୟ କରିଛନ୍ତି ।

ପ୍ରଯୋଜିକା ଭାବେ କାର୍ଯ୍ୟ କରିବାକୁ ସେ ବେଶ ଉତ୍ସାହିତ ଥିବା କହିଛନ୍ତି । ଏକତା କପୁରଙ୍କ ପ୍ରୋଜେକ୍ଟରେ ସହ ପ୍ରଯୋଜିକା ହେବେ କରିନା । ଏ ନେଇ ବାଲାଜୀ ଟେଲି ଫିଲ୍ମସ ମଧ୍ୟ ଖୁସି ବ୍ୟକ୍ତ କରିଛି । ଫିଲ୍ମର ନାମ କଣ ରହିବ ଜଣା ନଥିବା ବେଳେ ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ । ଖୁବ ଶୀଘ୍ର ପିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହେବ ।

କରୀନା ଜଣେ ଦକ୍ଷତା ସମ୍ପର୍ଣ୍ଣ ଅଭିନେତ୍ରୀ । ଶେଷ ଥର ପାଇଁ ଆମେ ବିରା ଦି ୱେଡିଙ୍ଗରେ କାମ କରିଥିଲୁ । ଯାହା ହିଟ ହୋଇଥିଲା ଓ ଦର୍ଶକ ବହୁତ ପସନ୍ଦ କରିଥିଲେ । ଏହା ସହିତ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ହଂସଲ ମେହେତାଙ୍କ ସହିତ କାମ କରିବାକୁ ଉତ୍ସାହିତ ଥିବା କହିଛନ୍ତି ଏକତା ।

ଚଳଚ୍ଚିତ୍ର ନିର୍ମାତା ହଂସଲ ମେହେତା କହିଛନ୍ତି "ଏହି ଚଳଚ୍ଚିତ୍ର ସହିତ ଆମର ଲକ୍ଷ୍ୟ ହେଉଛି କରିନାଙ୍କ ସହିତ ଏକ ସତେଜ, ଚିତ୍ତାକର୍ଷକ ଥ୍ରୀଲର ସୃଷ୍ଟି କରିବା ଯାହା ମୁଁ ଆଶା କରୁଛି ଯେ ଜଣେ ଅଭିନେତା ଭାବରେ ତାଙ୍କର ଅପାର ପ୍ରତିଭାକୁ ନ୍ୟାୟ ପ୍ରଦାନ କରିବି। ଏକତା ଏବଂ କରୀନାଙ୍କ ଉଭୟ ତାଙ୍କ ନିଜ ନିଜ କ୍ୟାରିୟରରେ ବହୁତ କିଛି କରିଛନ୍ତି ଏବଂ ସଂପୂର୍ଣ୍ଣ ପାୱାରହାଉସ୍ ଅଟନ୍ତି ବୋଲି କହିଛନ୍ତି ହଂସଲ ମେହେତା ।

@ANI

ABOUT THE AUTHOR

...view details