ହାଇଦ୍ରାବାଦ: ଏକାଠି ହେଉଛନ୍ତି କରିନା କପୁର ଓ ଆମିର ଖାନ । ଥ୍ରୀ-ଇଡିଏର୍ଟ୍ସ, ତଲାଶ ପରେ ‘ଲାଲ ସିଂହ ଚଡ୍ଡା’ରେ ଆମିରଙ୍କ ସହ ନଜର ଆସିବେ କରିନା । ଭାୟାକମ-18 ଷ୍ଟୁଡିଓ ଓ ଆମିର ଖାନ ପ୍ରଡକ୍ସନ ମିଶି ଏହି ଫିଲ୍ମର ପ୍ରଯୋଜନା କରିବେ ।
ଆମିର ଖାନଙ୍କ ସହ ପୁଣି ନଜର ଆସିବେ ବେବୋ - viacom18
‘ଲାଲ ସିଂହ ଚଡ୍ଡା’ରେ ଏକାଠି ନଜର ଆସିବେ ଥ୍ରୀ-ଇଡିଏର୍ଟ୍ସ କପଲ ଆମିର-କରିନା । 1994 ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ରିମେକ ।
![ଆମିର ଖାନଙ୍କ ସହ ପୁଣି ନଜର ଆସିବେ ବେବୋ](https://etvbharatimages.akamaized.net/etvbharat/prod-images/768-512-3629613-thumbnail-3x2-amirjpg.jpg)
‘ସିକ୍ରେଟ ସୁପରଷ୍ଟାର’ର ନିର୍ଦ୍ଦେଶକ ଅଦଭୈତ ଚନ୍ଦନ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିବେ । ଫିଲ୍ମଟି ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ଭର୍ସନ । ଏହି ଫିଲ୍ମକୁ କରିବା ପାଇଁ ଆମିର ଅନେକ ଦିନ ହେବ ଚେଷ୍ଟା କରି ଆସୁଥିଲେ । ନୂଆ ଯୁବପିଢିଙ୍କ ପାଇଁ ଏହା ଏକ ଟାଇମଲେସ ଷ୍ଟୋରୀ ହେବ ବୋଲି କହିଛନ୍ତି ଆମିର ଖାନ ।
ପ୍ରକାଶଥାଉକି, ଫିଲ୍ମ ‘ଫରେଷ୍ଟ ଗମ୍ପ’ଆମେରିକୀୟ କମେଡି ଡ୍ରାମା ଫିଲ୍ମ । ଏହା 1994ରେ ରିଲିଜ ହୋଇଥିଲା । ୱିନଷ୍ଟନ ଗ୍ରୁମଙ୍କ ଦ୍ବାରା ଲେଖାଯାଇଥିବା ନୋବେଲ ‘ଫରେଷ୍ଟ ଗମ୍ପ’ର କାହାଣୀକୁ ନେଇ ନିର୍ମାଣ କରାଯାଇଥିଲା ଫିଲ୍ମ । ତେବେ ‘ଲାଲ ସିଂହ ଚଡ୍ଡା’ 2020ରେ ଖ୍ରୀଷ୍ଟମାସରେ ରିଲିଜ ହେବ ।