ମୁମ୍ବାଇ: ନିକଟରେ ଦ୍ବିତୀୟଥର ମା' ହୋଇଥିଲେ ବି-ଟାଉନର ବେବୋ କରୀନା କପୁର ଖାନ । ସେ ବେବି ବଏକୁ ଜନ୍ମ ଦେଇଛନ୍ତି । ହେଲେ ଏଯାବତ ପୁଅର ଝଲକ ସେ ଫ୍ୟାନ୍ସଙ୍କୁ ଦେଖାଇ ନାହାଁନ୍ତି । ସେପଟେ ସମସ୍ତେ ତାଙ୍କ ସାନ ପୁଅର ଗୋଟିଏ ଝଲକ ଦେଖିବାକୁ ଅନାଇ ବସିଛନ୍ତି ।
ଇତିମଧ୍ୟରେ ଶୁକ୍ରବାର ଦିନ କରୀନା ନ୍ୟୁ ବେବି ବଏର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, କିନ୍ତୁ ଫଟୋରେ ବେବିଫେସ ଇମୋଜି ସହିତ ସେ ନ୍ୟୁ ବେବି ବଏର ଚେହେରାକୁ ଲୁଚାଇ ଦେଇଛନ୍ତି ।
ଏଥିସହିତ ଫଟୋରେ ସୈଫ ଏବଂ ତୈମୁର ବେବିଙ୍କୁ ଦେଖୁଥିବାର ଦେଖିବାକୁ ମିଳିଛି ।