ମୁମ୍ବାଇ: ନିକଟରେ ବଲିଉଡର ବେବୋ ତଥା ଅଭିନେତ୍ରୀ କରୀନା କପୁର ଖାନ ନିଜ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଭିଡିଓ ସେୟାର କରି ପ୍ରଶଂସକମାନଙ୍କୁ ଏକ ଉପହାର ଦେଇଛନ୍ତି। ଯେଉଁଥିରେ ଅଭିନେତ୍ରୀ କଳା ରଙ୍ଗର ସ୍ଲିଟ୍ ଗାଉନ୍ ପିନ୍ଧିଛନ୍ତି ।
ଭିଡିଓରେ କରୀନା ବହୁତ ଗ୍ଲାମରସ୍ ଦେଖାଯାଉଛନ୍ତି ।
ଭିଡିଓ ସେୟାର କରି କ୍ୟାପସନରେ କରୀନା ଲେଖିଛନ୍ତି, 'ଯଦି ମୁଁ ନିଜ ମୁଣ୍ଡକୁ ତଳକୁ କରିବି ... ତେବେ ହିଲ୍ସର ପାଇଁ ଏହା ମୋର ତାରିଫ୍ ହେବ । ଭିଡିଓରେ କରୀନା ଦର୍ପଣ ସାମ୍ନାରେ କେଶ ଏବଂ ମେକଅପ୍ ଠିକ୍ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି ।