ନୂଆଦିଲ୍ଲୀ: ଗୁରୁବାର ବଲିଉଡର ଡିଭା କରୀନା କପୁର ଖାନ ଏକ ଖାସ ଅନ୍ଦାଜରେ ଫିଲ୍ମ‘ଭିରେ ଦି ୱେଡିଂ’ର କୋ-ଷ୍ଟାର ଶିଖା ତଲସାନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
କରୀନା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ‘ଭିରେ ଦି ୱେଡିଂ’ର ପୁରା ଟିମ ଶିଖାଙ୍କ ସହିତ ସ୍ବରା ଭାସ୍କର, ସୋନମ କପୁର ଆହୁଜା ସମସ୍ତେ ବସୁଥିବାର ନଜର ଆସିଛନ୍ତି ।
ଫଟୋର କ୍ୟାପସନରେ ବେବୋ ଲେଖିଛନ୍ତି, “ହାପି ବର୍ଥଡେ ଡିୟର ଶିଖା ଲାଫିଙ୍ଗ ଗର୍ଲ” । ଏଥିସହିତ ବୋବୋ ଲାଲ ହାର୍ଟ ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି ।
ଏହି ପୋଷ୍ଟରେ ଶିଖା କହିଛନ୍ତି, ଧନ୍ୟବାଦ ଲଭ୍ । ଆଶା କରୁଛି ତୁମମାନଙ୍କ ସହିତ ଶୀଘ୍ର ଦେଖା ହେବ ।