ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ବିପାଶ ବାସୁ ଓ କରନ ସିଂ ଗ୍ରୋବର ବଲିଉଡର ହଟ୍ କପଲଙ୍କ ମଧ୍ୟରେ ଅନ୍ୟତମ । ଦୁଇଜଣଙ୍କ ବିବାହକୁ ଅନେକ ବର୍ଷ ବିତିସାରିଲାଣି ହେଲେ ଆଜି ମଧ୍ୟ ଦୁଇଜଣ ନ୍ୟୁଲି ମ୍ୟାରେଡ କପଲ ପରି ଲାଗୁଛନ୍ତି । ଲକଡାଉନରେ ବିପାଶା-କରନ ଘରେ ସମୟ ବିତାଉଥିବାର ନଜର ଆସିଥିଲେ । ନିକଟରେ କରନ ଏହି ବିଷୟରେ ଏକ ସାକ୍ଷାତକାରରେ ନିଜର ଅନୁଭୂତି ମଧ୍ୟ ସେୟାର କରିଥିଲେ ।
ଆଉ କହିଥିଲେ ଯେ ଏହି ଲକଡାଉନରେ ଆମକୁ ପରସ୍ପରର କୌଣସି ନୂଆ ସାଇଡ ଦେଖିବାକୁ ପାଇନଥିଲୁ । କାରଣ ଆମେ ଯେବେ କାମ କରୁଥିଲୁ ସେହି ସମୟରେ ମଧ୍ୟ ଆମେ ପରସ୍ପର ସହ ଅନେକ ସମୟ ଏକାଠି ବିତାଇଥିଲୁ । କାମ ସମୟ ମଧ୍ୟରେ ଆମେ ପରସ୍ପର ହୃଦୟ ଓ ମସ୍ତିଷ୍କରେ 24 ଘଣ୍ଟା ରହୁଥିଲୁ ।