ନୂଆଦିଲ୍ଲୀ: ପୁଣିଥରେ ପରଦାରେ ଆକ୍ସନ ଅଭିନେତା ସନ୍ନି ଦେଓଲ ଜବରଦସ୍ତ ଆକ୍ସନ ଭରା ଫିଲ୍ମ ନେଇ ଖୁବ୍ ଶୀଘ୍ର ଆସିବାକୁ ଯାଉଛନ୍ତି । ତାଙ୍କର ଆଗାମୀ ଫିଲ୍ମ 'ବ୍ଲାଙ୍କ'କୁ ଦେଖିବାକୁ ଦର୍ଶକ ଖୁବ୍ ଉତ୍ସାହିତ ଅଛନ୍ତି । ଯାହାର ଆଜି ଟ୍ରେଲର ରିଲିଜ ହୋଇଯାଇଛି । ଫିଲ୍ମରେ ବିଶିଷ୍ଟ ଅଭିନେତ୍ରୀ ଡିମ୍ପଲ କାପଡିୟାଙ୍କ ପୁତୁରା କରନ କାପଡିୟା ଡେବ୍ୟୁ କରୁଛନ୍ତି । ରିଲିଜ ହୋଇଥିବା ଟ୍ରେଲରର ପ୍ରଥମ ଡାଇଲଗ ଦର୍ଶକଙ୍କ ହୃଦୟ ଜିତି ନେବ । ଫିଲ୍ମଟି ଆତଙ୍କବାଦୀ ବିରୋଧରେ ଲଢୁଥିବା କିଛି ଅଫିସରଙ୍କର କାହାଣୀ ଉପରେ ଆଧାରିତ । ଫିଲ୍ମଟି ମେ 3ରେ ରିଲିଜ ହେବାକୁ ଯାଉଛି ।
ପୁଣି ଆକ୍ସନ ମୁଡରେ ସନ୍ନି, ରିଲିଜ ହେଲା 'ବ୍ଲାଙ୍କ'ର ଟ୍ରେଲର - film
ଅନେକ ଦିନ ପରେ ପୁଣି ପରଦାରେ ଦେଖିବାକୁ ମିଳିବ ସନ୍ନି ଦେଓଲଙ୍କ ଜବରଦସ୍ତ ଆକ୍ସନ । ସେ ଫିଲ୍ମ 'ବ୍ଲାଙ୍କ' ଜରିଆରେ ଦର୍ଶକଙ୍କୁ ମନରୋଞ୍ଜନ କରିବାକୁ ଫେରିଛନ୍ତି । ଯାହାର ଆଜି ଟ୍ରେଲର ରିଲିଜ ହୋଇଯାଇଛି । ଏହି ଫିଲ୍ମ ଜରିଆରେ ଆଉ ଏକ ନୂଆ ଚେହେରା ଦେଖିବାକୁ ଯାଉଛନ୍ତି ଦର୍ଶକ ।
ଫିଲ୍ମ ଟ୍ରେଲରକୁ ଦେଖି ଜଣାପଡିଯାଉଛି ଯେ ଆତଙ୍କବାଦୀ ଓ ଫୋର୍ସଙ୍କ ଲଢେଇ ଉପରେ ଆଧାରିତ । କିନ୍ତୁ ଏହି ଫିଲ୍ମରେ ଆପଣଙ୍କୁ ଗୋଟିଏ ଟ୍ବିଷ୍ଟ ଦେଖିବାକୁ ମିଳିବ । ଫିଲ୍ମରେ ଯେତେବେଳେ ପୋଲିସ ଜଣେ ଯୁବକକୁ ଧରୁଛି, ସେ ଜଣେ ସ୍ଲିପର ସେଲ ଭଳି କାମ କରୁଛି। । ସେହି ଯୁବକ ଛାତିରେ ବୋମା ଫିଟ୍ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି । ଫିଲ୍ମରେ ଭିନ୍ନ ମୋଡ ସେହିଠାରେ ଦେଖିବାକୁ ମିଳୁଛି, ଯେଉଁଠାରେ ସେହି ଯୁବକ ନିଜ ବିଷୟରେ ସବୁ କିଛି ଭୁଲିଯାଇଛି । ଫିଲ୍ମର ଆଗାମୀ କାହାଣୀ ଜାଣିବା ପାଇଁ ଆପଣଙ୍କୁ ଫିଲ୍ମ ରିଲିଜ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।
ସନ୍ନି ଫିଲ୍ମରେ ପୁଣି ନିଜ ଦମଦାର ଅନ୍ଦାଜରେ ନଜର ଆସିଛନ୍ତି । ତାଙ୍କୁ ପୁଣିଥରେ ପୋଲିସ ଭୂମିକାରେ ଦେଖିବା ଦର୍ଶକଙ୍କ ପାଇଁ ମଜାଦାର ହେବ । ଅନ୍ୟପଟେ କରନ ଏହି ଡେବ୍ୟୁ ଫିଲ୍ମରେ କୌଣସି ଅଭିନେତା ଭୂମିକାରେ ନୁହେଁ, ସେ ଭିଲେନ ଭୂମିକାରେ ହିଁ ଅଭିନୟ କରିଛନ୍ତି । ସେ ଜଣେ ଆତଙ୍କବାଦୀ ଭୂମିକାରେ ଦେଖାଯାଉଛନ୍ତି । ଜଣାଇ ଦେଉଛୁ ଯେ ଡିମ୍ପଲଙ୍କ ଭଉଣୀ, ଅର୍ଥାତ୍ ସିମ୍ପଲଙ୍କ ପୁଅ କରନ ।