ନୂଆଦିଲ୍ଲୀ: ବଢିଲା କରନ ଜୋହରଙ୍କ ଅଡୁଆ । ଭାଇରାଲ ହୋଇଥିବା ଭିଡିଓ ଜାଲିଆତି ହୋଇନାହିଁ। ଏନସିବିକୁ ଫରେନ୍ସିକ୍ ରିପୋର୍ଟରେ ହେଲା ମହାଖୁଲାସା। ଭାଇରାଲ ହୋଇଥିବା କରନ ଜୋହରଙ୍କ ପାର୍ଟିର ଭିଡିଓ ଯାଞ୍ଚ ପରେ ସତ୍ୟତା ପଦାକୁ ଆସିଲା।
ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ଖୋଲୁଛି ବଲିଉଡରେ କଳା ଧନ୍ଦାର ଗୋଟିଏ ପରେ ଗୋଟିଏ ଫର୍ଦ୍ଧ। ସୁଶାନ୍ତ ସିଂ ବାନ୍ଧବୀ ରିଆ ଚକ୍ରବର୍ତ୍ତି ଡ୍ରଗ୍ସ ଲିଙ୍କରେ ଗିରଫ ହେବା ପରେ ନାମୀଦାମୀ କଳାକାର ଏବେ ଏନସିବି ସ୍କାନରରେ। ବଲିଉଡର ହାଇ ପ୍ରୋଫାଇଲ ସେଲିବ୍ରେଟିଙ୍କ ଡ୍ରଗ୍ସ ଲିଙ୍କକୁ ନେଇ ଚାଲିଛି ତନାଘନା।
ରିଆଙ୍କ ଖୁଲାସା ପରେ ଭାଇରାଲ ହ୍ବାଟସାପ୍ ଚାଟ୍ ଏବେ ଡ୍ରଗ୍ସ କାରବାରର କଳା ଧନ୍ଦାକୁ ପଦାରେ ପକାଇଛି। ରକୁଲ ପ୍ରୀତ ସିଂ, ସାରା ଅଲ୍ଲି ଖାନ, ଦୀପିକା ପାଦୁକୋନ ଓ ଶ୍ରଦ୍ଧା କପୁରଙ୍କୁ ମାରାଥାନ ଜେରା ପରେ କରନ ଜୋହରଙ୍କ ପାର୍ଟିର ଭାଇରାଲ ଭିଡିଓ ଆଳୁ ଖୋଳୁ ଖୋଳୁ ମହାଦେବଙ୍କୁ ପାଇବା ପରି ବଲିଉଡ ଷ୍ଟାରର୍ସଙ୍କ ଅଡୁଆ ବଢେଇଲା।