ମୁମ୍ବାଇ: ଫେମସ ନିର୍ମାତା କରନ ଜୋହର ଓ ଚୁଲବୁଲି ଅଭିନେତ୍ରୀ କାଜଲ ସବୁବେଳେ ପରସ୍ପର ସର ଖାରପ ପରିସ୍ଥତିରେ ମଧ୍ୟ ସାଥ ଦେଇଆସୁଛନ୍ତି । ଏହି ଦୁଇଜଣଙ୍କ ବନ୍ଧୁତ୍ବ ବଲିଉଡରେ ଉଦାହରଣ ପରି ନିଆଯାଇଥାଏ । ହେଲେ ସବୁବେଳେ ଦୁଇଜଣଙ୍କ ବନ୍ଧୁତା ପ୍ରେମଭରା ନଥିଲା । ଅନେକଥର ଦୁଇଜଣଙ୍କ ଝଗଡା ମଧ୍ୟ ହୋଇଛି । ତଥାପି ଆଜି କରନ-କାଜଲ ପରସ୍ପର ଭଲ ବନ୍ଧୁ ରପେ ଗଣାଯାଉଛନ୍ତି ।
କାଜଲଙ୍କ କଥା ମାନି କରନ ସାଜିଛନ୍ତି ସରୋଗେସୀ ପିତା
ସାମ୍ନାକୁ ଆସିଲା କରନ-କାଜଲଙ୍କ ବଡ ଖବର । କାଜଲଙ୍କ ନିଷ୍ପତ୍ତି ମାନିଥିଲେ କରନ । ଅଧିକା ପଢନ୍ତୁ...
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନ ଜୋହର
ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯେ ଯାହା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ଫ୍ୟାନ୍ସ । ସମସ୍ତେଙ୍କୁ ଏହି କଥା ଜଣା ଯେ କରନ ସରୋଗେସୀ ରୂପେ ଦୁଇ ପିଲାଙ୍କ ପିତା ସାଜିଛନ୍ତି । ହେଲେ ତାଙ୍କୁ ଏପରି ନିଷ୍ପତ୍ତି ନେବାକୁ ଆଉ କେହି ନୁହେଁ ବରଂ କଜଲ କହିଥିଲେ ।
ଏହାର ଖୁଲାସା ଲୋକପ୍ରିୟ ଅଭିନେତ୍ରୀ ସିମୀ ଗ୍ରୋୱାଲଙ୍କ ଶୋ rendezvous with simi garewal ହୋଇଥିଲା । ଏକଦା କାଜଲ ଓ କରନ ଏକାଠି ଏହି ଶୋରେ ସାମିଲ ହୋଇଥିଲା । ଏହାର ଖୁଲାସା କରିଥିଲେ କାଜଲ । ପୂର୍ବରୁ ମଧ୍ୟ ଅନେକ ଶୋରେ ଦୁଇଜଣଙ୍କ ଖଟାମିଟା ନୋକ-ଝୋକ ଦେଖିବାକୁ ମିଳିସାରିଛି ।