ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି । ବିଶେଷଜ୍ଞଙ୍କ କହିବାନୁସାରେ ଦିଲ୍ଲୀରେ କୋରୋନାର ତୃତୀୟ ଲହର ପ୍ରବେଶ କରିସାରିଛି । ଏଭଳି ପରିସ୍ଥିତିରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ କରାଇବା ପାଇଁ ସରକାର ବିଭିନ୍ନ ପଦେକ୍ଷପ ଆପଣାଉଛନ୍ତି ।
ଏହା ସହିତ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତି ନେଇଛନ୍ତି । ଯାହାକୁ ଦୃଷ୍ଟିରେ ଡିସେମ୍ବର ୨୮ ତାରିଖରୁ ଦିଲ୍ଲୀର ସମସ୍ତ ପ୍ରେକ୍ଷାଳୟ ବନ୍ଦ କରାଯାଇଛି । ଅନ୍ୟପକ୍ଷରେ ଫିଲ୍ମ ନିର୍ମାତାମାନେ ମଧ୍ୟ ସେମାନଙ୍କ ଫିଲ୍ମର ରିଲିଜ ଡେଟକୁ ଘୁଞ୍ଚାଇ ଦେଇଛନ୍ତି ।