ମୁମ୍ବାଇ: କରନ ଜୋହରଙ୍କ ବହୁ ପ୍ରତିକ୍ଷିତ ମଲ୍ଟି ଷ୍ଟାରର ଫିଲ୍ମ 'କଲଙ୍କ' ଏପ୍ରିଲ 17ରେ ରିଲିଜ ହେବା ପାଇଁ ପ୍ରସ୍ତୁତ ହୋଇସାରିଲାଣି । ଇତିମଧ୍ୟରେ ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ବଢାଇବା ପାଇଁ 'କଲଙ୍କ'ର ଆଉ ଏକ ଗୀତ 'ତବାହ ହୋ ଗଏ' ରିଲିଜ କରିଛନ୍ତି ମେକର୍ସ । କରନ ଟ୍ବିଟ କରି ଏହାର ସୂଚନା ଦର୍ଶକଙ୍କୁ ଦେଇଛନ୍ତି । ଗୀତଟିରେ ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ ହିଁ କେବଳ ନଜର ଆସୁଛନ୍ତି ।
ଗୀତଟିରେ ଶାନଦାର କଣ୍ଠ ଦାନ କରିଛନ୍ତି ଶ୍ରେୟା ଘୋଷାଲ । ଅନ୍ୟପଟେ ମ୍ୟୁଜିକ ନିର୍ଦ୍ଦେଶନା ଦେଇଛନ୍ତି ପପୁଲାର ମ୍ୟୁଜିକ କମ୍ପୋଜର ପ୍ରୀତମ । ସେହିପରି ଅମିତ ଭଚ୍ଚାଚାର୍ଯ୍ୟ ଏହି ଗୀତର ଲିରିକ୍ସ ଲେଖିଛନ୍ତି । ସରୋଜ ଖାନ ଓ ରେମୋ ଡିସୁଜା ଗୀତର କୋରିଓଗ୍ରାଫ କରିଛନ୍ତି ।
ମାଧୁରୀଙ୍କ ଏହି ଗୀତଟିକୁ ଦେଖିବାକୁ ସୋସିଆଲ ମିଡିଆରେ ଜବରଦସ୍ତ ଏକ୍ସାଇଟମେଣ୍ଟ ଥିଲା । କିନ୍ତୁ ମାଧୁରୀଙ୍କ ଏହି ଡାନ୍ସ ନମ୍ବରରେ ଫ୍ୟାନ୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଗୀତଟିକୁ ବର୍ତ୍ତମାନ ଟ୍ରୋଲ କରାଯାଇଛି । ଭିନ୍ନ ଭିନ୍ନ ପ୍ରକାର କମେଣ୍ଟ ଗୀତରେ ମିଳୁବାରେ ଲାଗିଛି । ଦର୍ଶକଙ୍କୁ ମାଧୁରୀଙ୍କ ଡାନ୍ସ ତ ଭଲ ଲାଗୁଛି, କିନ୍ତୁ ଗୀତର ମ୍ୟୁଜିକ ଏବଂ ଲିରିକ୍ସ ପସନ୍ଦ ଆସୁନାହିଁ ।
ଗୀତରେ ମାଧୁରୀ କ୍ଲାସିକଲ ଡାନ୍ସ କରୁଥିବାର ନଜର ଆସୁଛନ୍ତି । ପୁରା ଗୀତରେ ତାଙ୍କ ଶାନଦାର ଡାନ୍ସ ଦେଖିବାକୁ ମିଳିଛି । ଏହାସହ ତାଙ୍କ ଗେଟଅପ ମଧ୍ୟ ଜବରଦସ୍ତ ହେବା ସତ୍ତ୍ବେ ଗୀତଟି ୟୁଜର୍ସଙ୍କ ମନ କିଣିପାରିନାହିଁ । ପ୍ରକାଶ ଥାଉକି ମାଧୁରୀଙ୍କ ବ୍ୟତୀତ ଫିଲ୍ମରେ ସଞ୍ଜୟ ଦତ୍ତ, ଆଲିୟା ଭଟ୍ଟ, ବରୁଣ ଧୱନ, ସୋନାକ୍ଷୀ ସିହ୍ନା, ଆଦିତ୍ୟ ରାୟ କପୁର, କୁନାଲ ଖେମୁ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।