ଓଡିଶା

odisha

ETV Bharat / sitara

ମିକାଙ୍କ ପାଇଁ କେକ ତିଆରି କଲେ କପିଲଙ୍କ ପତ୍ନୀ - ଫେମସ ସିଙ୍ଗର ମିକା ସିଂ ଆଜି 43ରେ ପଦାର୍ପଣ କରିଛନ୍ତି

ଆଜି ନିଜର 43ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି ଲୋକପ୍ରିୟ ଗାୟକ ମିକା ସିଂ । ଏହି ଅବସରରେ ତାଙ୍କୁ କପିଲଙ୍କ ପତ୍ନୀ ଦେଇଛନ୍ତି ଶାନଦାର ଉପହାର । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କପିଲ ଶର୍ମା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କପିଲ ଶର୍ମା

By

Published : Jun 10, 2020, 4:45 PM IST

ମୁମ୍ବାଇ: ଫେମସ ସିଙ୍ଗର ମିକା ସିଂ ଆଜି 43ରେ ପଦାର୍ପଣ କରିଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ଟିଭିର କମେଡି କିଙ୍ଗ କପିଲ ଶର୍ମାଙ୍କ ପତ୍ନୀ ଗିନ୍ନି ଚତରଥ ତାଙ୍କୁ ଖାସ୍ ଉପହାର ଦେଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସେ ଚର୍ଚ୍ଚାରେ । ସେ ମିକାଙ୍କ ବର୍ଥଡେ ସ୍ପେଶାଲ କରିବା ପାଇଁ ହୋମମେଡ କେକ ତିଆରି କରିଛନ୍ତି । ସେହିପରି କପିଲ, ମିକାଙ୍କ ବର୍ଥଡେ ସେଲିବ୍ରେଶନର ଭିଡିଓ ଇନଷ୍ଟାଷ୍ଟୋରୀରେ ସେୟାର କରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କପିଲ ଶର୍ମା

ଭିଡିଓରେ ମିକା କେକ କାଟୁଥିବାର ନଜର ଆସୁଛନ୍ତି । ଆଉ କହୁଛନ୍ତି ଏହି ସୁନ୍ଦର କେକ ଗିନ୍ନି ଭାଉଜ ତିଆରି କରିଛନ୍ତି । ଧନ୍ୟବାଦ ଏହି ସବୁ ଜିନିଷ ପାଇଁ । ଭିଡିଓ ସେୟାର କରି କପିଲ ମଧ୍ୟ କ୍ୟାପସନରେ ଲେଖିଛନ୍ତି, ‘ହାପି ବର୍ଥଡେ ମିକା ପାଜି । ଅନେକ ଅନେକ ପ୍ରେମ ଆଉ ଶୁଭକାମନା ।’

ପ୍ରକାଶ ଥାଉକି ମିକା ଓ କପିଲ ପରସ୍ପର ପଡୋଶୀ । ଆଉ ଦୁଇଜଣ ଭଲ ବନ୍ଧୁ ମଧ୍ୟ । ଦୁଇଜଣ ଅନେକ ଥର ଏକାଠି ଗୀତ ଗାଉଥିବାର ମଧ୍ୟ ନଜର ଆସିସାରିଛନ୍ତି । ଖାଲି ଏତିକି ନୁହେଁ କପିଲଙ୍କ ଶୋରେ ମଧ୍ୟ ଅନେକଥର ସାମିଲ ହୋଇସାରିଛନ୍ତି ମିକା ।

ABOUT THE AUTHOR

...view details