ଓଡିଶା

odisha

ଦ କାଶ୍ମୀର ଫାଇଲ୍ସ ପ୍ରମୋଟ ପ୍ରସଙ୍ଗ: ମୁହଁ ଖୋଲିଲେ କପିଲ, ଟ୍ରୋଲରଙ୍କୁ ଦେଲେ ଜବାବ୍‌

By

Published : Mar 10, 2022, 7:16 PM IST

ଯଦିଓ କପିଲ ଶର୍ମା ତାଙ୍କ କମେଡି ହେତୁ ଚର୍ଚ୍ଚାରେ ରହିଛନ୍ତି, କିନ୍ତୁ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ୟୁଜର୍ସ ତାଙ୍କ ସୋ'କୁ ବୟକଟ କରିବାକୁ ଦାବି କରିଆସୁଛନ୍ତି । ଏହା ପଛରେ କାଶ୍ମୀର ଫାଇଲ୍ସ (The Kashmir Files) ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଏକ ଟୁଇଟ୍ ରହିଛି । ଅଧିକ ପଢନ୍ତୁ

ଦ କାଶ୍ମୀର ଫାଇଲ୍ସ ପ୍ରମୋଟ ପ୍ରସଙ୍ଗ
ଦ କାଶ୍ମୀର ଫାଇଲ୍ସ ପ୍ରମୋଟ ପ୍ରସଙ୍ଗ

ହାଇଦ୍ରାବାଦ: ଯଦିଓ କପିଲ ଶର୍ମା ତାଙ୍କ କମେଡି ହେତୁ ଚର୍ଚ୍ଚାରେ ରହିଛନ୍ତି, କିନ୍ତୁ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ୟୁଜର୍ସ ତାଙ୍କ ସୋ'କୁ ବୟକଟ କରିବାକୁ ଦାବି କରିଆସୁଛନ୍ତି । ଏହା ପଛରେ 'କାଶ୍ମୀର ଫାଇଲ୍ସ' (The Kashmir Files) ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଏକ ଟୁଇଟ୍ ରହିଛି । ଯେଉଁଥିରେ ସେ ଏକ ଅଭିଯୋଗ ଆଣି କହିଛନ୍ତି, କପିଲ ତାଙ୍କ ସୋ'ରେ 'କାଶ୍ମୀର ଫାଇଲ୍ସ'ର ପ୍ରମୋସନ କରିବାକୁ ମନା କରି ଦେଇଛନ୍ତି । କପିଲ ଏହି ପ୍ରସଙ୍ଗରେ ପ୍ରଥମେ ନୀରବ ରହିଥିଲେ, ବର୍ତ୍ତମାନ ପ୍ରଥମ ଥର ପାଇଁ ସେ ଏକ ବୟାନ ଦେଇଛନ୍ତି ଏବଂ ଟ୍ୱିଟ କରି କହିଛନ୍ତି ଯେ ପ୍ରକୃତରେ ସତ୍ୟ କ’ଣ ?

କପିଲ ଶର୍ମାଙ୍କୁ ସୋସିଆଲ ମିଡିଆରେ ଲୋକମାନେ ଅନେକ ପ୍ରଶ୍ନ ପଚାରୁଛନ୍ତି ଏବଂ ଜାଣିବାକୁ ଚାହୁଁଛନ୍ତି ସତ୍ୟ କ’ଣ ? କିଛି ଲୋକ କପିଲଙ୍କୁ ମଧ୍ୟ ଅଭିଯୋଗ କରୁଛନ୍ତି ଏବଂ କହୁଛନ୍ତି ଯେ ସେ 'କାଶ୍ମୀର ଫାଇଲ'କୁ ପ୍ରମୋଟ୍ କରିବାକୁ ଡରୁଛନ୍ତି କି ?

ସୋସିଆଲ ମିଡିଆ ୟୁଜର୍ସ ପଚାରୁଛନ୍ତି ପ୍ରଶ୍ନ

ଗୁରୁବାର ଟ୍ୱିଟରରେ କୁନୱର ସିଂ ରାଠୋର ନାମକ ଜଣେ ୟୁଜର ଲେଖିଛନ୍ତି, 'କାଶ୍ମୀର ଫାଇଲ୍ସର ପ୍ରଚାର ପାଇଁ କପିଲ କାହିଁକି ଚିନ୍ତିତ ? କେଉଁ କଥାର ଡର ଥିଲେ ଯେ, ବିବେକ ରଂଜନ ଅଗ୍ନିହୋତ୍ରୀ ଏବଂ ତାଙ୍କ ଚଳଚ୍ଚିତ୍ରର ଆଇକନ୍ ଷ୍ଟାର୍ କାଷ୍ଟଙ୍କୁ ତାଙ୍କ ଶୋ’ରେ ଆଣିବାକୁ ନିମନ୍ତ୍ରଣ କଲେନି ? ମୁଁ ଆପଣଙ୍କର ଜଣେ ବଡ଼ ପ୍ରଶଂସକ ଥିଲି ଭାଇ, କିନ୍ତୁ ଆପଣ ମୋତେ ଏବଂ କୋଟି କୋଟି ଲୋକଙ୍କୁ ନିରାଶ କରିଛନ୍ତି । ମୁଁ ଆପଣଙ୍କୁ ବଏକଟ୍ କରୁଛି ।

କପିଲ ଶର୍ମା କହିଲେ ସତ

କପିଲ ତାଙ୍କ ପ୍ରଶଂସକଙ୍କ କଥା ଶୁଣିବା ପରେ ନୀରବତା ଭାଙ୍ଗିଛନ୍ତି ଏବଂ କୁନୱର ସିଂ ରାଠୋରଙ୍କୁ ଉତ୍ତର ଦେଇ ଲେଖିଛନ୍ତି - 'ଏହା ସତ ନୁହେଁ ରାଠୋର ସାହେବ । ତୁମେ ପଚାରିଲ ସେଇଥିପାଇଁ କହିଲି, ବାକି ଯେଉଁମାନେ ସତ୍ୟକୁ ଗ୍ରହଣ କରିଛନ୍ତି ସେମାନଙ୍କୁ ସଫେଇ ଦେବାର କ’ଣ ଫାଇଦା ରହିଛି ? ଜଣେ ଅଭିଜ୍ଞ ସୋସିଆଲ୍ ମିଡିଆ ୟୁଜର ହୋଇଥିବାରୁ, କେବଳ ଏକ ପରାମର୍ଶ । ଆଜିର ସୋସିଆଲ ମିଡିଆ ଦୁନିଆରେ ଏକପାଖିଆ କାହାଣୀକୁ କେବେବି ବିଶ୍ୱାସ କରନ୍ତୁ ନାହିଁ । ଧନ୍ୟବାଦ।'

କେବଳ ଦୁଇଜଣ ଲୋକ ଜାଣନ୍ତି ସମ୍ପୂର୍ଣ୍ଣ ସତ୍ୟ

କପିଲ ଶର୍ମାଙ୍କ ଏହି ଟୁଇଟ୍ ପରେ ଏବେ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ଯେ ପ୍ରକୃତରେ ସତ୍ୟ କ’ଣ? କ’ଣ କଥା, ଏହା ତ କପିଲ ଜାଣନ୍ତି କିମ୍ବା 'କାଶ୍ମୀର ଫାଇଲ୍ସ' ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଜାଣିଥିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details